ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ମେଣ୍ଟ ମହାୟୁତି ଏବଂ ବିରୋଧୀ ମେଣ୍ଟ ମହାବିକାଶ ଆଘାଡି (ମାଭିଆ)ରେ ନାମାଙ୍କନ ପତ୍ର ଦାଖଲ ଶେଷ ହେବା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ କେଉଁ ଦଳ କେତେ ପ୍ରାର୍ଥୀ ଦେଇଛି ଏବଂ କେଉଁ ମେଣ୍ଟ ଏହାର ଛୋଟ ସହଯୋଗୀ ଦଳପାଇଁ କେତେ ଆସନ ଛାଡିଛି ତାହା ସ୍ପଷ୍ଟ ହୋଇନାହିଁ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ପାଖାପାଖି ୮ ହଜାର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିଲା।
ମହାବିକାଶ ଆଘାଡି (ମାଭିଆ)ରେ କଂଗ୍ରେସ ଏପର୍ଯ୍ୟନ୍ତ ସର୍ବାଧିକ ୧୦୨, ଏନସିପି (ଶରଦ ଚନ୍ଦ୍ର ପାୱାର) ୮୭ ଏବଂ ଶିବସେନା (ୟୁବିଟି)କୁ ୯୬ ପ୍ରାର୍ଥୀ ଦେଇଛି। ସେଥିମଧ୍ୟରୁ ୬ଟି ଏପରି ଯେଉଁଠି ମାଭିଆର ଦୁଇଟି ଦଳର ପ୍ରାର୍ଥୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି। ଏହାବ୍ୟତୀତ ୮ଟି ଆସନ ମଧ୍ୟ ଛୋଟ ସହଯୋଗୀ ଦଳକୁ ଦିଆଯିବ ବୋଲି ଦାବି କରାଯାଉଛି। ସେହିପରି ୮ଟି ଆସନ ରହିଛି ଯେଉଁଠି ମୁତିଆର ଦୁଇ ଦଳ ମୁହାଁମୁହିଁ ଲଢ଼ୁଛନ୍ତି।
ଶାସକ ମେଣ୍ଟ ମହାୟୁତିରେ ବିଜେପି ୧୪୯, ଶିବସେନା ୮୨ ଓ ଏନସିପି ୫୫ ପ୍ରାର୍ଥୀଙ୍କୁ ଏବି ଫର୍ମ ଦେଇଛି। ଏହି ସଂଖ୍ୟା ହେଉଛି ୨୮୬। ଅବଶିଷ୍ଟ ଦୁଇଟି ଆସନ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେଙ୍କ ଦଳ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ)କୁ ଦିଆଯାଇଛି। ତିନି ପ୍ରମୁଖ ଦଳ ମଧ୍ୟ ନିଜ ନିଜ କୋଟାରୁ ଛୋଟ ସହଯୋଗୀ ଦଳକୁ କିଛି ଆସନ ଦେଇଛନ୍ତି। ମହାୟୁତିରେ ଏମିତି ଅନେକ ଆସନ ରହିଛି, ଯେଉଁଥିରେ ମହାଯୁତିର ଗୋଟିଏ ଦଳର ନେତା ଅନ୍ୟ ଦଳର ଟିକେଟରେ ନିର୍ବାଚନ ଲଢୁଥିବା ଦେଖିବାକୁ ମିଳୁଛି।
ନଭେମ୍ବର ୪ ପରେ ହିଁ ସ୍ଥିତି ସ୍ପଷ୍ଟ ହେବ। ଉଭୟ ମହାଯୁତି ଓ ମାଓଆ ମେଣ୍ଟରେ ଏଥର ବଡ଼ ଧରଣର ବିଦ୍ରୋହ ଦେଖିବାକୁ ମିଳିଛି ନଭେମ୍ବର ୪ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ତାରିଖ ସୁଦ୍ଧା ଏଭଳି ବିଦ୍ରୋହୀ ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ମନାଇବାକୁ ପ୍ରୟାସ କରାଯାଉଛି। ଅନେକ ବିଦ୍ରୋହୀଙ୍କୁ ବିଧାନ ପରିଷଦ କିମ୍ବା ନିଗମର ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଉଛି। ତେଣୁ ନଭେମ୍ବର ୪ ପରେ ହିଁ ଦଳୀୟ ନାମାଙ୍କନ ସ୍ଥିତି ସ୍ପଷ୍ଟ ହେବ।
ଅଧିକ ପଢ଼ନ୍ତୁ: ୟୁରୋପର ଇନ୍ଧନ ଯୋଗାଣକାରୀ ରାଷ୍ଟ୍ର ପାଲଟିଛି ଭାରତ