ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ମନେ ପଡନ୍ତି ଲତା ମଙ୍ଗେସକର
Khabar Odisha:Lata-Mangeshkar-Death-Anniversary
ଖବର ଓଡିଶା : 06/02/2023:

ଭାରତର କୋକିଳ କଣ୍ଠି ତଥା ମେଲୋଡି କୁଇନ ଲତା ମଙ୍ଗେସକରଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଗତବର୍ଷ ଠିକ ଆଜିର ଦିନରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ସେ ଆଉ ନାହାନ୍ତି ସତ ହେଲେ ଆଜି ବି ସମସ୍ତଙ୍କ ମନରେ ଅଛନ୍ତି ଏବେ ବି ତାଙ୍କ ସମସ୍ତ ଗୀତ ଅମର । । ୨୮ ସେପଟେମ୍ବର ୧୯୨୯ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ଲତା ମଙ୍ଗେସକର । ଦୀର୍ଘ ୮ ଦଶନ୍ଧୀ ଧରି ପ୍ଲେ ବ୍ୟାକ୍ ସିଙ୍ଗର ଲତା ଦିଦିଙ୍କ ଲୋକପ୍ରିୟ ଗୀତରେ ଝୁମିଛନ୍ତି ଶ୍ରୋତା । ଆଉ ଆଜି ବି ତାଙ୍କ ପ୍ରତିଟି ଗୀତ ସମସ୍ତଙ୍କ ମୁହଁରେ ରହିଛି । ତେବେ ଆଜି ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁଣି ମନେ ପଡୁଛନ୍ତି ।

ଯେତେବେଳେ ଲତା ଦିଦି ୨୦ ବର୍ଷରେ ହୋଇଥିଲେ। ସେ ଦିନକୁ ଛଅରୁ ଆଠଟି ଗୀତ ରେକର୍ଡ କରୁଥିଲେ । ୨୦୦୧ ମସିହାରେ ଲତା ଦିଦିଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ 'ଭାରତ ରତ୍ନ' ପ୍ରଦାନ କରାଯାଇଥିଲା। ସେ ଦୀର୍ଘ ପଚାଶ ବର୍ଷରୁ ଊର୍ଦ୍ଧ୍ୱକାଳ ପ୍ରଚ୍ଛଦପଟ ଗାୟିକା ହିସାବରେ, ପ୍ରାୟ ଅଠରରୁ ଊର୍ଦ୍ଧ୍ୱ ଭାଷାରେ ଅସୁମାରୀ ଗୀତ ଗାଇଛନ୍ତି। ଏବଂ ତାଙ୍କରି ଗୀତସବୁ ଭିତରେ ରହିଚି ଭାରତର ଆଧୁନିକ ସଙ୍ଗୀତର ଅନ୍ତର୍ଗତି। ଗୀତ ଶୁଣୁଥିବା ଏପରି କୌଣସି ଭାରତୀୟ ଶ୍ରୋତା ନାହିଁ, ଯାହାର ପ୍ରିୟତମ ଗୀତମାନଙ୍କ ଭିତରୁ ଗୋଟିଏ ଗୀତ ଲତା ଗାଇନାହାନ୍ତି। ଏବଂ ସମଗ୍ର ଭାରତୀୟତାର ସ୍ପର୍ଶପ୍ରବଣ ସଙ୍ଗୀତ ତାଙ୍କରି ମୂର୍ଚ୍ଛନାରେ ରହିଛି। ସ୍ୱାଧୀନ ଭାରତର ବିଖଣ୍ଡିତ ମାନସିକତାକୁ, ଯେଉଁ କେତେଗୁଡ଼ିଏ ପ୍ରୟାସ ଆକୁମାରୀ ହିମାଚଳ ପର୍ଯ୍ୟନ୍ତ ଏକତ୍ର କରି ରଖିଚି, ତା ଭିତରୁ ଗୋଟିଏ ମୁଖ୍ୟ ଉପାଦାନ ହେଲା, ଲତା ମଙ୍ଗେଶକରଙ୍କର ହୃଦୟସ୍ପର୍ଶୀ ସିନେମା ଗୀତ | ସେ ଆଜି ନାହାନ୍ତି ସତ ହେଲେ ତାଙ୍କର ପ୍ରତ୍ୟେକ ସୁମଧୁର ଗୀତ ଆଜି ବି ପ୍ରତି ଭାରତୀୟ ମନରେ ଚିରଜୀବିତ ହୋଇଅଛି |

Subscribe

National International State Sports Entertainment