ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ଅଯୋଧ୍ୟାକୁ ଭକ୍ତ ମାନଙ୍କର ସୁଅ ଛୁଟିଛି । ପ୍ରଭୁଙ୍କ ମନ୍ଦିରରେ ଭକ୍ତମାନେ ଭଗବାନ ରାମଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ବସ୍ତୁ ସମର୍ପଣ କରିଛନ୍ତି । ସେହିପରି ମଧ୍ୟପ୍ରଦେଶରୁ ବିଶ୍ବର ସବୁଠାରୁ ବଡ଼ ନଗାଡ଼ା ଅଯୋଧ୍ୟାକୁ ପଠାଯିବ । ଶୁକ୍ରବାର ମହା ଶିବରାତ୍ରିରେ ଏହି ନଗାଡ଼ାର ପୂଜା କରାଯାଇ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଅଯୋଧ୍ୟାକୁ ପଠାଯିବ । ଏହି ନଗାଡ଼ାର ଓଜନ ୧ ଟନ୍ ରହିଛି ବୋଲି ସୂଚନା ମିଳିଛି । ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଏହି ନଗାଡ଼ା ଅଯୋଧ୍ୟା ଅଭିମୁଖେ ବାହାରିବ ଏବଂ ଆସନ୍ତା ମାର୍ଚ୍ଚ ୧୩ରେ ଏହା ଅଯୋଧ୍ୟାରେ ପହଞ୍ଚିବ । ବିଭିନ୍ନ ସ୍ଥାନରୁ ପ୍ରଖ୍ୟାତ କଳାକାରମାନେ ମଧ୍ୟପ୍ରଦେଶ ଆସି ସେଠାରେ ଏହି ବିଶ୍ବର ସବୁଠାରୁ ବଡ଼ ନଗାଡ଼ା କାର୍ଯ୍ୟ କରିଥିଲେ । ଏହା ବିଶ୍ଵର ସବୁଠାରୁ ବଡ଼ ନଗାଡ଼ା ବୋଲି କୁହାଯାଉଥିବା ସୂଚନା ମିଳିଛି ।