କେରଳ ସରକାରଙ୍କ ନୂଆ ନିୟମ, ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କଲେ ପାଞ୍ଚ ବର୍ଷର ଜେଲଦଣ୍ଡ
Khabar Odisha:Kerala-government-New-rules-five-years-in-jail-for-posting-objectionable-posts-on-social-media
କେରଳ, ନଭେମ୍ବର ୨୨ (ଖବର ଓଡ଼ିଶା):

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ସିପିଆଇ ନେତୃତ୍ୱାଧୀନ ଏଲଡିଏଫ ସରକାରଙ୍କ କେରଳ ପୋଲିସ ଅଧିନିୟମକୁ ସଂଶୋଧନ କରିବା ପାଇଁ ଶନିବାର ଅନୁମୋଦନ କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିବା ଦ୍ୱାରା ପାଞ୍ଚ ବର୍ଷର ଦଣ୍ଡ ଲାଗୁ ହେବ ।

ରାଜ୍ୟ ସରକାର କହିଛନ୍ତି ଯେ ମହିଳା ଏବଂ ଶିଶୁଙ୍କ ଉପରେ ହେଉଥିବା ସାଇବର ଅପରାଧକୁ ରୋକିବା ପାଇଁ ଏହି ନିୟମ ଅଣାଯାଇଛି। ଏଥିସହିତ କଂଗ୍ରେସ ସମେତ ସମସ୍ତ ବିପକ୍ଷ ଦଳ ଏହାକୁ ବିରୋଧ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍ କହିଛନ୍ତି ଯେ ଏହି ନିୟମ ଅନୁମୋଦନ ଶୁଣି ସେ ସ୍ତବ୍ଧ ହୋଇଛନ୍ତି।

  • Tags:

Subscribe

National International State Sports Entertainment