ଚେନ୍ନାଇ: ଅଭିନେତାରୁ ନେତା ପାଲଟିଥିବା କମଲ ହାସନ କନ୍ନଡ ଭାଷାକୁ ନେଇ କରିଥିବା ଟିପ୍ପଣୀ ଉପରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯଦି ସେ ଭୁଲ୍ ନୁହେଁ ତେବେ କ୍ଷମା ମାରିବେ ନାହିଁ । ତାଙ୍କ ଟିପ୍ପଣୀକୁ ନେଇ ତାଙ୍କୁ ପୂର୍ବରୁ ମଧ୍ୟ ଧମକର ସାମ୍ନା କରିବାକୁ ପଡୁଛି ।
କମଲ ହାସନ କହିଛନ୍ତି, ଏହା ଗଣତନ୍ତ୍ର । ମୁଁ ଆଇନ ଓ ନ୍ୟାୟ ଉପରେ ବିଶ୍ୱାସ କରେ । କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ କେରଳ ପାଇଁ ମୋର ଭଲ ପାଇବା ରହିଛି । ଏହା ଉପରେ କେହ ମୋତେ ସନ୍ଦେହ କରିବା ଉଚିତ୍ ନୁହେଁ । ଯଦି କାହାର ମୋ ପ୍ରତି ଏଜେଣ୍ଡା ଅଛି ତେବେ ମୁଁ କହି ପାରିବି ନାହିଁ । ମୋତେ ପୂର୍ବରୁ ମଧ୍ୟ ଧମକ ଦିଆଯାଉଛି । ଯଦି ମୁଁ ଭୁଲ୍ ନୁହେଁ ତେବେ କାହିଁକି କ୍ଷମା ମାଗିବି ।
ତିରୁଅନନ୍ତପୁରମରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କମଲ ହାସନ କହିଛନ୍ତି ତାଙ୍କ ବୟାନ ଉପରେ ବିବାଦ ସୃଷ୍ଟି କରିଥିବା ଲୋକେ ଏହାକୁ ଅଧିକ ରଙ୍ଗ ଦେଉଛନ୍ତି । ମୁଁ ଯାହା କହିଛି ପ୍ରେମରେ କହିଛି ଏବଂ ଅନେକ ଐତିହାସିକବିତ ମୋତେ ଇତିହାସର ପରିଭାଷା ଶିଖାଇଛନ୍ତି ଏବଂ ମୋର ଏଥିରେ କୌଣସି ଉଦ୍ଦେଶ୍ୟ ନ ଥିଲା ।
କଣ ବିବାଦ ?
କମଲ ହାସନ ଓ ତାଙ୍କ ଫିଲ୍ମ ଠଗ ଲାଇଫ କର୍ଣ୍ଣାଟକରେ ବିବାଦକୁ ଜନ୍ମ ଦେଇଛି । ସେ ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ କଥିତ ଭାବେ କହିଥିଲେ ଯେ, କନ୍ନଡର ଜନ୍ମ ତାମିଲରୁ ହୋଇଛି । ଏହା ପରେ କର୍ଣ୍ଣାଟକର ବେଲଗାଭିରେ ଆଇନକ୍ସ ସିନେମା ହଲ ବାହାରେ କର୍ଣ୍ଣାଟକ ରକ୍ଷଣା ଭେଦିକ ଗ୍ରୁପ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନେ କମଲ ହାସନଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ । କଂଗ୍ରେସ କହିଛି ଯେ, ହାସନ କନ୍ନଡର ମହାନତାକୁ ଜାଣି ନାହାନ୍ତି । ବିଜେପି ମଧ୍ୟ କମଲ ହାସନଙ୍କଠୁ କ୍ଷମା ଦାବି କରିବା ସହ କହିଛି ଯେ, କନ୍ନଡ ଭାଷାକୁ ହାସନ ଅନାଦାର କରିଛନ୍ତି ।