ନୂଆଦିଲ୍ଲୀ : ଦେଶର ଟାଇଗର ମ୍ୟାନ ଭେବେ ବେଶ ପରିଚିତ ତଥା ପ୍ରସିଦ୍ଧ ବ୍ୟାଘ୍ର ସଂରକ୍ଷଣବାଦୀ ଏବଂ ଲେଖକ ବାଲ୍ମିକ ଥାପରଙ୍କ ୭୩ ବର୍ଷ ବୟଷରେ ଦେହାନ୍ତ ହୋଇଛି । ଥାପର ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ଥିବା ବେଳେ ଆଜି ସେ ଦିଲ୍ଲୀା ସ୍ଥିତ ନିଜ ବାସ ଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାଲ୍ମିକ ଥାପର ଜୀବନ ସାରା ବାଘ ଏବଂ ଜଙ୍ଗଲ, ବିଶେଷ କରି ରଣଥମ୍ବୋରର ସୁରକ୍ଷା ପାଇଁ କାର୍ଯ୍ୟ କରିଥିଲେ । ୧୯୮୮ ମସିହାରେ ବାଲ୍ମିକ ଥାପର ରଣଥମ୍ବୋର ଫାଉଣ୍ଡେସନ ଗଠନ କରିଥିଲେ । ଯାହା କି ଏକ ବେସରକାରୀ ସଂଗଠନ । ଏହି ସଂଗଠନ ସ୍ଥାନୀୟ ଲୋକଙ୍କ ସହ ମିଶି ବାଘ ଏବଂ ସେମାନଙ୍କ ଜଙ୍ଗଲକୁ ସୁରକ୍ଷା ଦେଇଥିଲା । ଏହାସହିତ ବାଘ ଶିକାର କରୁଥିବା ଶିକାରୀମାନଙ୍କ ବିରୋଧରେ କଠୋର ଆଇନ ପ୍ରଣୟନ ଏବଂ ବାଘଙ୍କ ବାସସ୍ଥାନକୁ ରକ୍ଷା କରିବା ପାଇଁ ସେ ନିରନ୍ତର ସ୍ୱର ଉଠାଇ ଆସୁଥିଲେ ।