ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଚର୍ଚ୍ଚିତ ଜନ୍ତର ମନ୍ତରଠାରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ଦିଲ୍ଲୀ ପୋଲିସର 'ଫେସିଆଲ୍ ରିକଗନିସନ୍ ସିଷ୍ଟମ୍' (FRS) କ୍ୟାମେରା ନଜରରେ ଆସିଛନ୍ତି ପ୍ରାୟ ୪୦୦ ଜଣ ପୁରୁଣା ଅପରାଧୀ ଓ ସନ୍ଦିଗ୍ଧ ବ୍ୟକ୍ତି। ଜୁଲାଇ ୨୦ରୁ ୨୪ ତାରିଖ ମଧ୍ୟରେ ଏହି ଅପରାଧିକ ପୃଷ୍ଠଭୂମି ଥିବା ଲୋକମାନେ ଆନ୍ଦୋଳନ ସ୍ଥଳ ଏବଂ ଏହାର ଆଖପାଖ ଅଞ୍ଚଳରେ ବୁଲାବୁଲି କରୁଥିବା ନେଇ ପୋଲିସ ସୂତ୍ରରୁ ଦାବି କରାଯାଇଛିକିପରି ହେଲା ଚିହ୍ନଟ?
ଆନ୍ଦୋଳନ ସ୍ଥଳରେ କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡ଼ିବାକୁ ଉଦ୍ୟମ ରୋକିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ସେଠାରେ ହାଇ-ଟେକ୍ FRS ସିଷ୍ଟମ୍ ସଜାଗ କରାଯାଇଥିଲା। ଲାଇଭ୍ ସ୍କାନି ଏହି ସିଷ୍ଟମ୍ରେ ଖଞ୍ଜାଯାଇଥିବା କ୍ୟାମେରାଗୁଡ଼ିକ ଭିଡ଼ ମଧ୍ୟରେ ଥିବା ଲୋକଙ୍କ ଚେହେରାକୁ ସ୍କାନ୍ କରି ପୋଲିସର ପୁରୁଣା ଅପରାଧିକ ରେକର୍ଡ ସହ ସାଙ୍ଗେ ସାଙ୍ଗେ ମିଳାଉଛି।
ଏହି ଜ୍ଞାନକୌଶଳ ଜରିଆରେ ୫ ଦିନ ଭିତରେ ୪୦୦ରୁ ଉଦ୍ଧ୍ୱର୍ ଏପରି ଲୋକଙ୍କୁ ଚିହ୍ନଟ କରାଯାଇଛି, ଯାହାଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ଅପରାଧୀଙ୍କ ମଧ୍ୟରେ ସାହିଲ, ମନୋଜ କୁମାର, ସାହିଲ ସୈଫି ଏବଂ ରୁବଲଙ୍କ ଭଳି ବ୍ୟକ୍ତି ସାମିଲ ଅଛନ୍ତି।
ହିଂସା ପଛରେ ଅପରାଧୀଙ୍କ ହାତ?
ଗତ ଜୁଲାଇ ୨୦ ତାରିଖରେ ନୂଆଦିଲ୍ଲୀ ଅଞ୍ଚଳରେ ହୋଇଥିବା ଭଙ୍ଗାରୁଜା ଓ ହିଂସାତ୍ମକ କାଣ୍ଡରେ ଏହି ଅପରାଧିକ ତତ୍ତ୍ୱଙ୍କର କୌଣସି ସଂପୃକ୍ତି ଅଛି କି ନାହିଁ, ସେ ନେଇ ପୋଲିସ ତଦନ୍ତ ଚଳାଇଛି। ସୋସିଆଲ ମିଡିଆ ଭିଡିଓ ଏବଂ ସିସିଟିଭି (CCTV) ଫୁଟେଜ୍କୁ ଯାଞ୍ଚ କରାଯାଇ ସେମାନଙ୍କର ପ୍ରତ୍ୟକ୍ଷ ଭୂମିକା ଖୋଜାଯାଉଛି।
ଏହି କ୍ୟାମେରା କେବଳ ସାଧାରଣ ନାଗରିକ କିମ୍ବା ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ଆନ୍ଦୋଳନକାରୀଙ୍କ ପାଇଁ ନୁହେଁ। କେବଳ ଅସାମାଜିକ ତତ୍ତ୍ୱ ଯେପରି ସାଧାରଣ ଲୋକଙ୍କ ଭିଡ଼ର ଫାଇଦା ଉଠାଇ ଆଇନ ଶୃଙ୍ଖଳା ନଷ୍ଟ ନକରନ୍ତି, ସେଥିପାଇଁ ଏହି କଠୋର ନଜର ରଖାଯାଇଛି।"