ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ମିଳିତ ଜାତିସଂଘ ମହାସଭାରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ଏହି ମଞ୍ଚରେ ନାଁ ନେଇ ପାକିସ୍ତାନକୁ ଖୁବ୍ ଶୁଣାଇଛନ୍ତି ଜୟଶଙ୍କର ।ସେ ଶେହବାଜ ସରିଫଙ୍କ ଦେଶକୁ ଏମିତି ଏକ ଦେଶ ଦର୍ଶାଇଛନ୍ତି, ଯେଉଁଠୁ ବିଶ୍ୱର କୌଣସି ବି ସ୍ଥାନରେ ଆତଙ୍କୀ ହମଲା ହୋଇପାରେ । ନିଜର ପଶ୍ଚିମ ପଡୋଶୀ ଦେଶ ଉପରେ ନିଶାଣ ସାଧି ବୈଦେଶିକ ମନ୍ତ୍ରୀ ପାକିସ୍ତାନକୁ ବୈଶ୍ୱିକ ଆତଙ୍କବାଦର କେନ୍ଦ୍ର କହିଛନ୍ତି ।
ମିଳିତ ଜାତିସଂଘ ମହାସଭାର ୮୦ତମ ସାଧାରଣ ଅଧିବେଶନରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଆତଙ୍କବାଦ ବିରୋଧରେ ଲଢେଇକୁ ପ୍ରାଥମିକତା ଦେଇଛନ୍ତି । ଆତଙ୍କବାଦର ମୁକାବିଲା ପାଇଁ କରିବା ଆମର ବିଶେଷ ପ୍ରାଥମିକତା । ଭାରତ ସ୍ୱାଧୀନତା ପରଠୁ ଏହି ଆତଙ୍କବାଦର ସାମ୍ନା କରି ଆସୁଛି । କାରଣ ଆମର ପଡୋଶୀ ଆତଙ୍କବାଦର କେନ୍ଦ୍ର । ଦଶନ୍ଧି ଧରି ଅନ୍ତର୍ଜାତୀୟ ସ୍ତରରେ ଯେତେ ବି ବଡ ଆତଙ୍କୀ ହମଲା ହୋଇଛି, ଏହାର ଶ୍ରେୟ ସେହି ଦେଶକୁ ହିଁ ଦିଆଯାଏ । ମିଳିତ ଜାତିସଂଘର ଆତଙ୍କବାଦୀଙ୍କ ତାଲିକାରେ ଉକ୍ତ ଦେଶର ନାଗରିକ ଭର୍ତ୍ତି ହୋଇ ଅଛନ୍ତି ।
ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ହମଲାର ଉଲ୍ଲେଖ କରି ଜୟଶଙ୍କର କହିଛନ୍ତି, ଗୋଟିଏ ଦେଶ ସୀମା ପାର ବର୍ବରତାର ସବୁଠୁ ସଦ୍ୟତମ ଉଦାହରଣ ଚଳିତ ଏପ୍ରିଲ ମାସରେ ପହଲଗାମରେ ଦେଖିବାକୁ ମିଳିଛି । ଏହି ଦେଶର ଆତଙ୍କୀ ୨୬ ନିରୀହ ପର୍ଯ୍ୟଟଙ୍କ ହତ୍ୟା କରିଥିଲେ । ଏହି ହମଲା ପରେ ଭାରତ ଆତଙ୍କବାଦ ବିରୋଧରେ ନିଜର ନାଗରିକଙ୍କ ରକ୍ଷା ପାଇଁ ନିଜ ଅଧିକାରର ପ୍ରୟୋଗ କରିଛି । ନିଜର ଏହି ଅପରେସନ ଜରିଆରେ ଆମେ ଆତଙ୍କବାଦୀଙ୍କ ଆକା ଏହି ବର୍ବର ଅପରାଧ କରିଥିବା ଅପରାଧୀଙ୍କୁ ନ୍ୟାୟର କାଠଗଡାରେ ଛିଡା କରାଇଛୁ ।
Also read: ୨୦୨୯ ସୁଦ୍ଧା ଦେଶରେ ଗଡ଼ିବ ପ୍ରଥମ ବୁଲେଟ୍ ଟ୍ରେନ୍: ରେଳ ମନ୍ତ୍ରୀ