ନୂଆଦିଲ୍ଲୀ: ସ୍ବଦେଶୀ ଅସ୍ତ୍ର ପ୍ରଣାଳୀକୁ ପ୍ରେତ୍ସାହନ ଦେବା ପାଇଁ ଭାରତୀୟ ନୌସେନା ୪ଟି ତାପସ ଡ୍ରୋନ୍ କିଣିବ। ଏଥି ପାଇଁ ଖୁବ ଶୀଘ୍ର ଅର୍ଡର ଦିଆଯିବ। ତାପସ ଡ୍ରୋନ୍କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ବିକଶିତ କରିଛି। ନୌସେନା ସମୁଦ୍ର କ୍ଷେତ୍ରରେ ନଜର ରଖିବା ପାଇଁ ଏହି ଡ୍ରୋନ୍କୁ ବ୍ୟବହାର କରିବ।
ଗଣମାଧ୍ୟମକୁ ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଭାରତୀୟ ନୌସନୋ ୪ଟି ତାପସ ଡ୍ରୋନ୍ ଅର୍ଡର ଦେବାକୁ ଯାଉଛି। ଏହି ଡ୍ରୋନ୍ର ନିର୍ମାଣ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ୍) ଓ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ (ଏଚ୍ଏଏଲ)ର କଂସୋର୍ଟିୟମ ଦ୍ବାରା କରାଯାଇଛି। ବୁଝାମଣା ଉପରେ ଦସ୍ତଖତର ୨୪ ମାସ ଭିତରେ ଏହି ଡ୍ରୋନ୍ ମିଳିବ ବୋଲି ଆଶା କରାଯାଉଛି।
ତାପସ ଡ୍ରୋନ୍ ପରୀକ୍ଷଣରେ ପ୍ରତିରକ୍ଷା ବଳର ଆବଶ୍ୟକତାକୁ ପୂରା କରିବାରେ ସକ୍ଷମ ରହିଛି। କିନ୍ତୁ ଡିଆରଡିଓ ତାପସକୁ ଅଧିକ ବିକଶିତ କରିବା ଦିଗରେ କାମ କରୁଛି। ତାପସ ଡ୍ରୋନର ପରୀକ୍ଷଣ ପ୍ରତିରକ୍ଷା ବଳ ଦ୍ବାରା କରାଯାଇଛି। ପରୀକ୍ଷଣ ସମୟରେ ଏହା ୨୮୦୦୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହୋଇଥିଲା ଏବଂ ୧୮ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଉଡ଼ିପାରିଥିଲା।