ନୂଆଦିଲ୍ଲୀ: ପହଲଗାମରେ ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି କରୁଛି । ପାକିସ୍ତାନ ସହ ଏହି ତିକ୍ତତା ସମୟରେ ଭରତୀୟ ନୌସେନା ଯୁଦ୍ଧ୍ୟାଭାସରେ ଜୁଟି ଯାଇଛି । ରବିବାର ଭାରତୀୟ ନୌସେନା ଦୂରଗାମୀ ଲକ୍ଷ୍ୟକୁ ଭେଦିବା ପାଇଁ ଜାହାଜରୁ ମିସାଇଲ ପରୀକ୍ଷଣ କରିଛି ।
ନୌସେନା ପକ୍ଷରୁ ଫାୟରି ଅଭ୍ୟାସ ଭାରତ ଓ ପାକିସ୍ତାନ ମଧ୍ୟରେ ବଢିଥିବା ଉତ୍ତେଜନା ସମୟରେ କରାଯାଉଛି । ଏହା ପୂର୍ବରୁ ଆଇଏନଏସ ସୁରତରୁ ହାଇପରସୋନିକ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ଅନ୍ୟପଟେ ପାକିସ୍ତାନ ମଧ୍ୟ ଏକ ନୂତନ ମିସାଇଲ ପରୀକ୍ଷା କରିବା ନେଇ ଚର୍ଚ୍ଚା ହେଉଛି ।
ଭାରତୀୟ ନୌସେନାର ଅଧିକାରୀ କହିଛନ୍ତି, ଭାରତୀୟ ନୌସେନାର ଜାହାଜ ଦୂରଗାମୀ ସଠିକ ଆକ୍ରମଣାତ୍ମକ ହମଲା ପାଇଁ ନିଜର ପ୍ରସ୍ତୁତି ଜୋରଦାର କରିଛି । ଏଥିରେ ଅନେକ ଜାହାଜ ନିରୋଧୀ ଫାୟରିଂକୁ ସଫଳତାପୂର୍ବକ କରାଯାଇଛି । ସେ କହିଛନ୍ତି, ଭାରତୀୟ ନୌସେନା କୌଣସି ବି ସମୟରେ, କେଉଁଠି ବି ଏବଂ କୌଣସି ପ୍ରକାରର ସମୁଦ୍ର ହିତର ରକ୍ଷା ପାଇଁ ପ୍ରସ୍ତୁତ । ପାକିସ୍ତାନ ଆରବ ସାଗରରେ ନୋ ଫ୍ଲାଇିଂ ଜୋନ ଘୋଷିତ କରିଛି । ନାବିକଙ୍କୁ ଏହି କ୍ଷେତ୍ରରୁ ଦୂରରେ ରହିବାକୁ କୁହାଯାଇଛି ।
ନେଭି ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଯୁଦ୍ଧ୍ୟାଭାସର କିଛି ଭିଡିଓ ସେୟାର କରିଛି । ଭାରତର କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ତାନରେ ଭୟର ମାହୋଲ ରହିଛି । ପାକିସ୍ତାନୀ ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଲଗାମ ହମଲାର ପୀଡିତଙ୍କୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।