ଇସଲାମାବାଦ୍: ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଆତଙ୍କିତ ଅବସ୍ଥାରେ ଅଛି। ପାକିସ୍ତାନର ରେଳମନ୍ତ୍ରୀ ହନିଫ ଆବାସି ଭାରତକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ସେମାନେ ଆମକୁ ପାଣି ଯୋଗାଣ ବନ୍ଦ କରିଦିଅନ୍ତି, ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହନ୍ତୁ। ଆମେ କେବଳ ଭାରତ ପାଇଁ ଗୌରୀ, ଶାହିନ, ଗଜନବୀ ଏବଂ ୧୩୦ଟି ପରମାଣୁ ଅସ୍ତ୍ର ରଖିଛୁ।
ସୂଚନାଯୋଗ୍ୟ, ଭାରତ ଶୀଘ୍ର ପଦକ୍ଷେପ ନେଇ ସିନ୍ଧୁ ଜଳ ଚୁକ୍ତିନାମା ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛ। ଏହି କାରଣରୁ ପାକିସ୍ତାନ ଆଡକୁ ପ୍ରବାହିତ ପାଣି ବନ୍ଦ ହୋଇଯାଇଛି। ଏହା ବ୍ୟତୀତ ପାକିସ୍ତାନୀ ହାଇକମିଶନରର ଅନେକ ଅଧିକାରୀଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଜବାବରେ, ପାକିସ୍ତାନ ମଧ୍ୟ ଭାରତ ପାଇଁ ତାର ବାୟୁସୀମା କରିଦେଇଛି ଏବଂ ସିମଲା ଚୁକ୍ତିନାମାକୁ ବାତିଲ କରିଦେଇଛି।
ଜମ୍ମୁ କଶ୍ମୀରର ବୈସ୍ରାନ ଉପତ୍ୟକାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ପାକିସ୍ତାନ ଯୁଦ୍ଧ ଭଳି ପ୍ରସ୍ତୁତି ଆରମ୍ଭ କରିଦେଇଛି, ଯାହା ଆଞ୍ଚଳିକ ଅସ୍ଥିରତାର ଆଶଙ୍କା ସୃଷ୍ଟି କରିଛି। ପାକିସ୍ତାନର ରେଳମନ୍ତ୍ରୀ ହନିଫ ଆବାସି ଘୋଷଣା କରିଛନ୍ତି ଯେ ଦେଶର ସମସ୍ତ ରେଳ ଷ୍ଟେସନକୁ ପାକିସ୍ତାନୀ ସଶସ୍ତ୍ର ବାହିନୀର ନିୟନ୍ତ୍ରଣରେ ରଖାଯାଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାମରିକ ଉପକରଣ ଏବଂ ଅସ୍ତ୍ରଶସ୍ତ୍ରର ଦ୍ରୁତ ପରିବହନ ସୁନିଶ୍ଚିତ କରିବା, ଯାହା ଦ୍ଵାରା ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ସାମରିକ ପ୍ରସ୍ତୁତିରେ କୌଣସି ବିଳମ୍ବ ନହୁଏ।
ପାକିସ୍ତାନୀ ରେଳମନ୍ତ୍ରୀ ହନିଫ ଆବାସିଙ୍କ ଅନୁଯାୟୀ, ସମସ୍ତ ରେଳ ଷ୍ଟେସନରେ ସାମରିକ ଡେସ୍କ ସ୍ଥାପନ କରାଯାଇଛି। ସମଗ୍ର ଲଜିଷ୍ଟିକ୍ସ ସିଷ୍ଟମ ଏବେ ସଶସ୍ତ୍ର ବାହିନୀର ନିୟନ୍ତ୍ରଣରେ। ଆବଶ୍ୟକତା ଅନୁସାରେ ଏବେ ଟ୍ୟାଙ୍କ, ଭାରୀ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ସିଧାସଳଖ ରେଳପଥ ମାଧ୍ୟମରେ ପରିବହନ କରାଯାଇପାରିବ। ଆବାସି କହିଛନ୍ତି, ଆମର ଅଧିକାରୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଆବଶ୍ୟକ ହେଲେ ସେନାର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବେ।
ଅଧିକ ପଢ଼ନ୍ତୁ: ବିରୋଧରେ ଦେଶବ୍ୟାପୀ ପ୍ରତିବାଦ ଜାରି, ଆଜି ମଧ୍ୟ ଦେଖାଯିବ ଏହାର ପ୍ରଭାବ