ନୂଆଦିଲ୍ଲୀ: ଇରାନର ଇସ୍ରାଏଲ ଉପରେ ଆକ୍ରମଣ ପରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଧମକ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚି ଯାଇଛି । ଅନ୍ୟପଟେ ସାଂପ୍ରତିକ ସ୍ଥିତି ଉପରେ ପ୍ରଥମ ଥର ଭାରତର ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଆଲୋଚନା ଓ କୂଟନୈତିକ ସ୍ତରରେ ପ୍ରସଙ୍ଗର ସମାଧାନ କରିବାକୁ ଅପିଲ୍ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ବୟାନ ଜାରି କରି କହିଛି, ଆମେ ପଶ୍ଚିମ ଏସିଆରେ ସୁରକ୍ଷା ସ୍ଥିତି ବିଗିଡିବା ନେଇ ବହୁତ ଚିନ୍ତିତ । ସମସ୍ତ ପକ୍ଷ ଏଥିରେ ସଂଯମତା ଅବଲମ୍ବନ କରିବା ସହିତ ନାଗରିକଙ୍କ ସୁରକ୍ଷା ପାଇଁ ଆହ୍ୱାନ କରିଛି । ଯୁଦ୍ଧରେ କାହାର ଉନ୍ନତି ହେବ ନାହିଁ ବୋଲି ଭାରତ କହିଛି ।
ଇରାନ ଦ୍ୱାରା ଆକ୍ରମଣ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଇସ୍ରାଏଲ ଦୂତାବାସର ସୁରକ୍ଷା ବଢାଇ ଦିଆଯାଇଛି । ଅବଦୁଲ କଲାମ ରୋଡକୁ ବ୍ୟାରିକେଡ୍ ଲଗାଯାଇ ବନ୍ଦ କରି ଦିଆଯାଇଛି । ଦିଲ୍ଲୀ ପୋଲିସ ଗାଡି ଦୂତାବାସ ନିକଟରେ ପାଟ୍ରୋଲିଂ ବଢାଇ ଦେଇଛି ।
ଇରାନ ହମଲାକୁ ନେଇ ବ୍ରିଟେନ ମଧ୍ୟ କଡା ପ୍ରତିକ୍ରିୟା ଦେଇଛି । ବ୍ରିଟେନର ପ୍ରତିରକ୍ଷା ପ୍ରମୁଖଙ୍କ କହିବା କଥା ବ୍ରିଟେନର ସେନା ଇରାନର ମିସାଇଲ ହମଲାକୁ ବିଫଳ କରିବାରେ ଇସ୍ରାଏଲର ସହାୟତା କରିଛି । ଏକ୍ସରେ ଲେଖିଛି ପ୍ରତିରକ୍ଷା ସଚିବ ଜନ ହିଲି କହିଛନ୍ତି, ବ୍ରିଟେନ ସେନା ମଧ୍ୟପ୍ରାଚ୍ୟରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସିଛି । ବ୍ରିଟେନ ଇସ୍ରାଏଲର ଆତ୍ମରକ୍ଷାର ଅଧିକାରକୁ ସମର୍ଥନ କରୁଛି । ଇରାନ ଦୀର୍ଘ ସମୟ ଧରି ମଧ୍ୟପ୍ରାଚ୍ୟକୁ ବିପଦରେ ପକାଇଥିବା ବ୍ରିଟେନ ପକ୍ଷରୁ କୁହାଯାଇଛି ।