ଭାରତ ସୀମାରେ ଚମରୀ ଗାଈ ଖୋଜିବାରେ ବାଟବଣା ହୋଇଛନ୍ତି ଚୀନ ସୈନିକ, ନାଁ ଗୁପ୍ତଚର ପାଇଁ ଷଡ଼ଯନ୍ତ୍ର?
Khabar Odisha:India-Suspicion-of-PLA-spying-after-soldier-went-missing-near-India-and-China-border

ପେଇଚିଙ୍ଗ, ଅକ୍ଟୋବର ୨୦ (ଖବର ଓଡ଼ିଶା): ପୂର୍ବ ଲଦ୍ଦାଖରୁ ନେଇ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନାସ୍ଥିତି ଜାରି ରହିଛି । ଏହା ପରେ ବି ଭାରତୀୟ ସେନା ମାନବିକତା ଦେଖାଇ ନିଜର କର୍ତ୍ତବ୍ୟ କରିଆସୁଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଯେତେବେଳେ ସେନା ଚୀନର ନିଖୋଜ ସୈନିକଙ୍କୁ ଖୋଜିବାକୁ ସାହାଯ୍ୟ କରିବା ଲାଗି ପ୍ରତିଶୃତି ଦେଇଥିଲା । ନିଖୋଜ ଯବାନଙ୍କୁ ପାଇବା ମାତ୍ରେ ଚୀନ ପଠାଇବାକୁ ମଧ୍ୟ କହିଥିଲା । ଅନ୍ୟପଟରେ ଏହି ଘଟଣାରୁ ଚୀନ ବିରୋଧରେ ପୁଣି ଥରେ ସୀମାରେ ଗୁପ୍ତଚର ପଠାଇବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ନିକଟରେ ଚୀନର ଜଣେ ସୈନିକ ଭାରତ-ଚୀନ ସୀମା ନିକଟରେ ନିଖୋଜ ହୋଇଯାଇଥିଲେ । ଏହାକୁ ନେଇ ପିପୁଲ୍ସ ଲିବରେଶନ ଆର୍ମୀ (ପିଏଲଏ) ୱେଷ୍ଟର୍ଣ୍ଣ କମାଣ୍ଡର ବୟାନ ଜାରି କରିଥିଲା । ଚୀନର ପ୍ରୋପଗେଣ୍ଡା ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ଟୁଇଟ କରି ସୂଚନା ଦେଇଛି ଯେ, ପିଏଲଏର ଜଣେ ସୈନିକ ଗାଈ ଚରାଳୀଙ୍କୁ ଚମରୀ ଗାଈ ଖୋଜିବାରେ ସାହାଯ୍ୟ କରୁଥିବା ବେଳେ ନିଖୋଜ ହୋଇଯାଇଛନ୍ତି । ବୟାନରେ କୁହାଯାଇଛି ଯେ, ଭାରତକୁ ଏବାବଦରେ ସୂଚନା ପ୍ରଦାନ କରାଯାଇଛି । ଭାରତ ନିଖୋଜ ସୈନିକଙ୍କୁ ଖୋଜିବା ଓ ଫେରାଇବାରେ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛି । 

ଅନ୍ୟପଟେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ, କ’ଣ ଚମରୀ ଗାଈ ଜରିଆରେ ଚୀନ ଭାରତୀୟ କ୍ଷେତ୍ରର ଗୁପ୍ତଚର କାମ କରୁଛି? ଗଣମାଧ୍ୟମ ରିପୋର୍ଟରେ ଏହା ସନ୍ଦେହ କରାଯାଉଛି ଯେ, ଚୀନ ଗୁପ୍ତଚର ଉପକରଣ ଲଗାଇ ଚମରୀଗାଈକୁ ଭାରତୀୟ ଅଂଚଳରେ ପଠାଇଥାଏ । ଏହା ପୂର୍ବରୁ ଭାରତୀୟ ପକ୍ଷ ବିଗତ ଦିନର ମାନବିକତା ପରିଚୟ ଦେଇ ୧୩ଟି ଚମରୀ ଗାଈକୁ ଚୀନ ସୀମାରେ ଛାଡ଼ିଛି । ଏମାନେ ସବୁ ଗତ ଅଗଷ୍ଟ ୩୧ ତାରିଖରେ ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗରେ ହଜିଯାଇଥିଲେ । ଏମାନଙ୍କୁ ୭ ଜଣ ଭାରତୀୟ ସେନା ନଜର ରଖିଥିଲେ । 

       

 

  • Tags:

Subscribe

National International State Sports Entertainment