ଲଦାଖ,୮ଏପ୍ରିଲ(ଖବର ଓଡିଶା);ଭାରତ ଏବଂ ଚୀନ୍ ଶୁକ୍ରବାର ଦିନ ଏକାଦଶ ରାଉଣ୍ଡ କର୍ପସ୍ କମାଣ୍ଡର ପୂର୍ବ ଲଦାଖରେ ପରବର୍ତ୍ତୀ ପର୍ଯ୍ୟାୟ ଅଗ୍ରଗତି ପାଇଁ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।ଏହି ଆଲୋଚନା ଚୁସୁଲରେ ଅନୁଷ୍ଠିତ ହେବ ଏବଂ ସକାଳ ୧୦;୩୦ ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଗୁରୁବାର ଏକ ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ।
ଫେବୃଆରୀରେ, ପାଙ୍ଗୋଙ୍ଗ ସୋ ର ଉତ୍ତର ଏବଂ ଦକ୍ଷିଣ କୂଳରେ ଦୁଇ ପକ୍ଷ ପୁର୍ବାବସ୍ଥାର ପ୍ରଥମ ପର୍ୟ୍ୟାୟ ସମାପ୍ତ କରିଥିଲେ ଏବଂ ୪୮ ଘଣ୍ଟା ମଧ୍ୟରେ ଦଶମ ରାଉଣ୍ଡ ଆଲୋଚନା କରିଥିଲେ ଯେଉଁଥିରେ ସେମାନେ ଅବଶିଷ୍ଟ ସମସ୍ୟାର ପାରସ୍ପରିକ ଗ୍ରହଣୀୟ ସମାଧାନ ପାଇଁ ଦାବି କରିଥିଲେ । ସୀମାନ୍ତ ଅଞ୍ଚଳରେ ମିଳିତ ଭାବରେ ଶାନ୍ତି ବଜାୟ ରଖିବା ପାଇଁ ଏକ “ସ୍ଥିର ଏବଂ ଶୃଙ୍ଖଳିତ” ଢଙ୍ଗରେ ପରବର୍ତି ପର୍ଯ୍ୟାୟରେ ଆଲଚନା କରିବାକୁ ରଙ୍କକ୍ସକ୍ଟ ହୋଇଥିଲେ । ତେବେ, ଗୋଗ୍ରା ଏବଂ ହଟ୍ସପ୍ରିଙ୍ଗ୍ସରେ ବିବାଦ ସମାଧାନ ପାଇଁ କୌଣଷି ଅଗ୍ରଗତି ହୋଇନାହିଁ ।
ବର୍ତ୍ତମାନ ପାଙ୍ଗୋଙ୍ଗ ସୋରେ ବିବାଦ ସମ୍ପୂର୍ଣ୍ଣ ହେବା ସହିତ ପୂର୍ବ ଲଦାଖର ଅନ୍ୟ ବିବାଦିୟ କ୍ଷେତ୍ରଗୁଡିକ ପାଇଁ ପର୍ଯ୍ୟୟକ୍ରମେ ଅସହଯୋଗ ଯୋଜନା ପ୍ରସ୍ତୁତ କରିବା ପାଇଁ ଆଲୋଚନାର କେନ୍ଦ୍ରବିନ୍ଦୁ ହେବ । ଏଥି ମଧ୍ୟରେ ଗୋଗ୍ରା, ହଟ୍ ସ୍ପ୍ରିଙ୍ଗସ୍, ଡେପସଙ୍ଗ୍ ଏବଂ ଡେମୋକକ୍ ଅନ୍ତର୍ଭୁକ୍ତ ହେବାର ଯୋଜନା ରହିଛି ।