ନୂଆଦିଲ୍ଲୀ: ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ ଗତ ୨୦ ଦିନରୁ ଦିଲ୍ଲୀର ଜନ୍ତର ମନ୍ତରରେ ଅନଶନରେ ବସିଛନ୍ତି । କକରୋଚ ପାର୍ଟିର ବ୍ୟାନର ତଳେ ଅନଶନ କରୁଥିବା ୱାଙ୍ଗଚୁକଙ୍କ ମୁଖ୍ୟ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା । ଲଗାତାର ଅନଶନ ଯୋଗୁଁ ତାଙ୍କ ଶରୀର ବହୁତ ଦୁର୍ବଳ ହୋଇ ସାରିଛି । ମାତ୍ର ସେ ନିଜର ସାହାସ ଛାଡି ନାହାନ୍ତି । ସେ ଜନ୍ତର ମନ୍ତରରୁ ଲୋକଙ୍କୁ କହିଛନ୍ତି ଯେ, ଜୁଲାଇ ୨୦ ପର୍ଯ୍ୟନ୍ତ ଜୀବିତ ରହିବେ, ଯଦି ଏମିତି ନ ହୁଏ ତେବେ ସେ ଭୂତ ହୋଇ ପୁଣି ଥରେ ଫେରିବେ ।
ସୋନମ ୱାଙ୍ଗଚୁକଙ୍କ କହିବା କଥା ନିଟ୍ ପେପର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ଉଚିତ୍ । ଅନଶନ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରେ ଲାଗିଛି । ତାଙ୍କୁ ଲଗାତାର ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି । ୱାଙ୍ଗଚୁକ ଅନଶନ ସମାପ୍ତ କରିବା ଦାବି ମାନି ନେଇଛନ୍ତି, ମାତ୍ର ସେ ତାଙ୍କର ଏହି ଅନଶନ ଜୁଲାଇ ୨୦ ପରେ ସମାପ୍ତ କରିବେ ।
ପ୍ରଦର୍ଶନ ସ୍ଥଳରୁ ସମର୍ଥକଙ୍କୁ ସମ୍ବୋଧିତ କରି ୱାଙ୍ଗଚୁକ ନିଜର ଶାରୀରିକ ଦୁର୍ବଳତା ସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ତାଙ୍କର ସଂକଳ୍ପ ଏବେ ବି ଦୃଢ ନିଶ୍ଚିତ ରହିଛି । ମୁଁ ବାହାରୁ ଦୁର୍ବଳ ଲାଗୁଛି, କିନ୍ତୁ ଭିତରୁ ବହୁତ ମଜବୁତ । । ମୋତେ ବିଶ୍ୱାସ ଯେ, ଆପଣ ସମସ୍ତେ ଭିତରୁ ଏବଂ ବାହାରୁ ମଜବୁତ ଅଛନ୍ତି । ଆମକୁ ଜୁଲାଇ ୨୦ ପାଇଁ ଉର୍ଜାର ଆବଶ୍ୟକତା ରହିଛି । ଏହି ଦିନ ସଂସଦ ପର୍ଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ରାଲି ବାହାରିବ । ଆମେ ସମସ୍ତେ ମିଶି ଗଣତନ୍ତ୍ରର ମନ୍ଦିରରେ ନିଜର କଥା ରଖିବେ ।
Also Read: ସୁପ୍ରିମକୋର୍ଟ ପ୍ରସ୍ତୁତ କଲେ ନୂଆ ରୋଡମ୍ୟାପ୍… ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପ୍ରସ୍ତୁତି, ହଜାର ହଜାର ମାମଲାର ହେବ ସମାଧାନ