ମଣିପୁରର ଇମ୍ଫାଲ ଉପତ୍ୟକାରେ ପ୍ରବଳ ବର୍ଷା ହେତୁ ବନ୍ୟାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି। ବୁଧବାର ସେନାପତି ଜିଲ୍ଲାର ଥୋଙ୍ଗଲାଙ୍ଗ ରୋଡରେ ପ୍ରବଳ ବର୍ଷା ହେତୁ ୩୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ସେନାପତି ନଦୀରେ ଜଣେ ୮୩ ବର୍ଷ ବୟସ୍କା ମହିଳା ବୁଡ଼ି ଯାଇଥିଲେ।ଅଧିକାରୀ କହିଛନ୍ତି ଯେ ଇମ୍ଫାଲରେ ବୁଧବାର ବର୍ଷା ସମୟରେ ଇଲେକ୍ଟ୍ରିକ ପୋଲ ସଂସ୍ପର୍ଶରେ ଆସିବା ପଳରେ ୭୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ବିଦ୍ୟୁତ ତାରରେ ମୃତ୍ୟୁ ଘଟିଛି। ଅଧିକାରୀ ଆହୁରି ସୂଚନା ଦେଇଛନ୍ତି ଯେ ଇମ୍ଫାଲ ନଦୀରେ ଜଳସ୍ତର ବୃଦ୍ଧି ହେତୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା ଏବଂ ଇମ୍ଫାଲ ଉପତ୍ୟକାରେ ଶହ ଶହ ଘର ପାଣିରେ ବୁଡି ଯାଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ଇମ୍ଫାଲ ପୂର୍ବ ଜିଲ୍ଲାର ହିଙ୍ଗାଙ୍ଗ ଓ ଖୁରାଇର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି ଏବଂ ଅନେକ ସ୍ଥାନରେ ବନ୍ୟା ଜଳ ଛାତି ସ୍ତରରେ ପହଞ୍ଚିଛି। ଅଧିକାରୀ କହିଛନ୍ତି ଯେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ର ଏକ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଅଧିକ ପଢନ୍ତୁ : ଭୂକମ୍ପ ଝଟକାରେ ଥରିଲା ମିଆଁମାର : ରିକ୍ଟର ସ୍କେଲରେ ତୀବ୍ରତା ୫.୬ ରେକର୍ଡ