ବୁଧବାର ଭୂକମ୍ପ ଝଟକାରେ ଥରିଲା ମିଆଁମାର। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ଏହାର ପ୍ରଭାବ ମେଘାଲୟରେ ମଧ୍ୟ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୬.୪୪ ମିନିଟରେ ମେଘାଳୟର ବିଭିନ୍ନ ସ୍ଥାନରେ ଝଟକା ଅନୁଭୂତ ହୋଇଛି। ତେବେ ଗୌହାଟୀ ଓ ମେଘାଳୟର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ଥିବା ଜଣାପଡ଼ିଛି। ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ଶିଲଂ ଠାରୁ ୧୦ କିମି ଦୂର ବୋଲି ଜଣାପଡିଛି। ଏହା ଭୂଷ୍ଠରୁ ୧୧୦ କିମି ଗଭୀରତାରେ ସୃଷ୍ଟି ହୋଇଥିଲା। ଅନେକ ଲୋକ ଏହି ଝଟକା ଅନୁଭବ କରିଛନ୍ତି। ଝଟକା ପରେ ଲୋକମାନେ ଖୋଲା ସ୍ଥାନରେ ଆଶ୍ରୟ ନେଇଥିଲେ। ତେବେ ଏ ପର୍ଯ୍ୟନ୍ତ କ୍ଷୟକ୍ଷତି ସମ୍ପର୍କିତ କୌଣସି ସୂଚନା ମିଳିପାରିନାହିଁ।