ଭିଣେଇକୁ ହତ୍ୟା କଲା ଭାଇ । ଭଉଣୀର ପ୍ରେମ ବିବାହକୁ ବିରୋଧ କରି ଭିଣେଇକୁ ହତ୍ୟା କଲା ଭାଇ । ଏପରି ଏକ ଅଭାବନୀୟ ଘଟଣା ହରିୟାଣାରେ ଘଟିଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ୪ ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ, ହରିୟାଣାର ଯମୁନାନଗରରେ ଭାଇର ଅନିଚ୍ଛା ସତ୍ୱେ ଭଉଣୀର ପ୍ରେମ ବିବାହ ହୋଇଥିଲା । ବାହାଘର ପରେ ଭିଣେଇକୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛି ଶଳା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରିଥିଲା । ତଦନ୍ତରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ଯଦି ଆଉ କେହି ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ଥାନ୍ତି ତେବେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସର ତଦନ୍ତ ଅନୁସାରେ, ଭଉଣୀର ପ୍ରେମ ବିବାହକୁ ପରିବାର ଓ ଭାଇମାନେ ସ୍ୱୀକୃତି ଦେଉନଥିଲେ । କିନ୍ତୁ ସେମାନଙ୍କର ବାହାଘର ହୋଇଥିଲା । ବାହାଘର ପରେ ଭଉଣୀର ଭାଇ ଭିଣେଇକୁ ହତ୍ୟା କରିଛି ।