ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରେ ଆଜି ସକାଳୁ ଏକ ବଡ଼ଧରରଣ ସଡ଼କ ଦୁର୍ଘଟଣା ଘଟିଛି। ବିଜୟ ନଗର ଥାନା ଅଞ୍ଚଳରେ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ଏକ ଇଞ୍ଜିନିୟରିଂ କଲେଜ ନିକଟରେ ରୋଡୱେଜ୍ ବସ୍ ଏବଂ ଏକ ଥାର କାର ମୁହାଁମୁହିଁ ଧକ୍କା ହୋଇଛି।
ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା ଏମ୍ଏମ୍ଜି ହସ୍ପିଟାଲ ପକ୍ଷରୁ ପୋଲିସକୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରୁ ଜଣେ ବାବରପୁରର ବାସିନ୍ଦା ନବୀନ କୁମାର ବର୍ମା ଭାବରେ ଚିହ୍ନଟ ହୋଇଛନ୍ତି। ଅନ୍ୟ ଦୁଇ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ଥାପିତ ହୋଇନାହିଁ। ଏହି ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି।
ଦୁର୍ଘଟଣାରେ ଆହତ ଏବଂ ଗୁରୁତରଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ୫୪୩ ଆସନରେ ସଂରକ୍ଷଣ ଲାଗୁ କରାଯାଇପାରିବ: ପ୍ରିୟଙ୍କା ଚତୁର୍ବେଦୀ