ଖୋଲିଲା ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ ।ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଭରା ଏହି ସ୍ଥାନଟି ଉତ୍ତରଖଣ୍ତର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ । ଏହି ଉଦ୍ୟାନର ଗୌମୁଖ-ତପୋବନ ଟ୍ରାକ ପାର୍ଶ୍ବରେ ଥିବା ଗେଟ୍କୁ ଏକ ସ୍ବତନ୍ତ୍ର ପୂଜା ପାଇଁ ପୂର୍ବରୁ ଖୋଲାଯାଇଥିଲା । ମାତ୍ର ସୋମବାର ଉଦ୍ୟାନ କର୍ତ୍ତୃପକ୍ଷ ଆସନ୍ତା 6 ମାସ ପାଇଁ 4ଟି ଯାକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।
ବରଫ ଚିତା ବାଘ, ବରାଳ, ପାହାଡି ମେଣ୍ଢା ଭଳି ବନ୍ୟଜନ୍ତୁଙ୍କ ଏହା ବାସସ୍ଥାନ । ଗଙ୍ଗା ନଦୀର ଉତ୍ପତ୍ତି ସ୍ଥଳୀ ଗୌମୁଖ ବ୍ୟତୀତ ଗଙ୍ଗୋତ୍ରୀ ଗ୍ଲାସିଅର ଶିଖରରୁ 4,000 ମିଟର ଓ ସମୁଦ୍ର ପତ୍ତନ ଠାରୁ 7,000 ମିଟର ଉଚ୍ଚରେ ରହିଛି । ଏହାସହ ଗଙ୍ଗୋତ୍ରୀ ଧାମ ଏବଂ ନେଲାଙ୍ଗ ଉପତ୍ୟକା ମଧ୍ୟ ଏହାର ଅନ୍ତର୍ଭୁକ୍ତ । ନେଲାଙ୍ଗ ଉପତ୍ୟକା ଭାରତ-ଚୀନ ଅନ୍ତର୍ଜାତୀୟ ସୀମାକୁ ସଂଯୋଗ କରେ । ଗତ 2015 ମସିହାରେ ଏଠାକୁ ପର୍ଯ୍ୟଟକମାନେ ଭ୍ରମଣ ଲାଗି ଯାଇପାରିବେ ବୋଲି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ ।
ଅଧିକା ପଢନ୍ତୁ:ପାଇଲଟ୍ ଅଭାବରୁ ବିମାନ ବାତିଲ