ପାଇଲଟ୍ ଅଭାବରୁ ବିମାନ ବାତିଲ । ଭିସ୍ତାରା ବିମାନରେ ପର୍ଯ୍ୟାପ୍ତ ପରିମାଣର ପାଇଲଟ୍ ନ ଥିବାରୁ ପ୍ରାୟ ୩୮ରୁ ଅଧିକ ବିମାନ ଚଳାଚଳକୁ ବାତିଲ କରାଯାଇଛି । ନୂଆ ପାଇଲଟ୍ ଙ୍କ ନିଯୁକ୍ତି ପରେ ପୁଣି ବିମାନ ଚଳାଚଳକୁ ସ୍ୱାଭାବିକ କରାଯିବ ବୋଲି ସୂଚନା ମିଳିଛି । ମୁମ୍ବାଇ, ଦିଲ୍ଲୀ ଏବଂ ବେଙ୍ଗାଲୁରୁରୁର ବିମାନ ଚଳାଚଳକୁ ବାତିଲ କରାଯାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଭିସ୍ତାରା ବିମାନରେ ପାଇଲଟ୍ ଙ୍କ ସଂଖ୍ୟା କମ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ଯେଉଁ କାରଣରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ସହିତ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସାମ୍ନା କରୁଥିଲେ । ସେଥିପାଇଁ ଭିସ୍ତାରା ବିମାନ ଚଳାଚଳକୁ ବାତିଲ କରାଯାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପାଇଲଟ୍ ଅଭାବରୁ ବିମାନ ଚଳାଚଳ ବିଳମ୍ବରେ ହେଉଥିଲା ଯାହାଫଳରେ ସେଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ଖବର ଭିସ୍ତାରା ମୁଖପାତ୍ର ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ପାଇଲଟ୍ ଙ୍କୁ ନିଯୁକ୍ତି କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ଭିସ୍ତାରା ବିମାନରେ କାର୍ଯ୍ୟରତ ଥିବା କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅସୁସ୍ଥ ଥିବାରୁ ସେମାନେ ବିମାନ ଚଳାଚଳ କାର୍ଯ୍ୟ କରିପାରୁନାହାନ୍ତି ବୋଲି ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ଦେଶରେ ଆଜିଠୁ ମହଙ୍ଗା ହେଲା ଔଷଧ