ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କ ପାଇଁ ପୁଣି ଅଡୁଆ ବଢିବାରେ ଲାଗିଛି। ଇଡି ତାଙ୍କ ବିରୋଧରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।
ସୋମବାର ବୈଦେଶିକ ବିନିମୟ ପରିଚାଳନା ଆକ୍ଟ (FEMA) ମାମଲାରେ ଇଡି ମହୁଆଙ୍କୁ ପଚରାଉଚରା କରିବାର ଥିଲା। କିନ୍ତୁ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ। ଓଲଟା ସେ ଏଜେନ୍ସିକୁ ତାଙ୍କୁ ହାଜର ହେବା ପାଇଁ ୨୧ଦିନ ସମୟ ଦେବାକୁ ଏକ ଚିଠି ଜଣାଇଥିଲେ। କିନ୍ତୁ ମହୁଆଙ୍କୁ ସମୟ ଦେବାକୁ ଇଡି ମନା କରିଦେଇଥିଲା। ତେବେ ସିବିଆଇ ମହୁଆଙ୍କ ବିରୋଧରେ ଏକ ନୂଆ ସମନ ଜାରି କରି ତାଙ୍କୁ ୭ ଦିନ ପରେ ପଚରାଉଚରା ପାଇଁ ଡାକିଛି।
ସୂଚନାଯୋଗ୍ୟ ଲୋକପାଲଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଏହି ମାମଲାର ତଦନ୍ତ କରିସାରିଛି। ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଲୋକପାଲ ସିବିଆଇକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।