ପୁଣି ଚାଇନା ଖେଳିଲାଣି ନୂଆ ଚାଲ୍। ଭାରତର ଅରୁଣାଚଳ ପ୍ରଦେଶକୁ ବାରମ୍ବାର ନିଜର କହି ଆସୁଥିବା ଚାଇନା ଏବେ ନୂଆ ଚାଲ୍ ଖେଳିଛି। ଚାଇନା ପକ୍ଷରୁ ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ନାଁ ବଦଳାଇ ତାଲିକା ଜାରି କରିଛି। କିନ୍ତୁ ସବୁଥର ଭଳି ଏଥର ମଧ୍ୟ ଭାରତ ସରକାର ଚାଇନାର ସବୁ ପ୍ରକାରର ଉଦ୍ୟମକୁ ଖଣ୍ଡନ କରିଛନ୍ତି। ତେବେ ଅରୁଣାଚଳ ପ୍ରଦେଶ ଭାରତର ଥିଲା, ଅଛି ଓ ସବୁବେଳେ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ ବୋଲି ଦୋହରାଇଛନ୍ତି।
ଅରୁଣାଚଳ ପ୍ରଦେଶର କୌଣସି ସ୍ଥାନର ନାଁକୁ ଚାଇନା ଏକପାକ୍ଷିଆ ଭାବେ ବଦଳାଇବା ଏହା କୌଣସି ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଚାଇନାକୁ ନେଇ ଏମିତି କରିଛି।
ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ସୋମବାର ଚାଇନିଜ ସାଧାରଣ ବ୍ୟାପାର ମନ୍ତ୍ରଣାଳୟ ଅରୁଣାଚଳର ବିଭିନ୍ନ ପ୍ରତିଷ୍ଠାନ ଓ ପ୍ରଶାସନିକ ଡିଭିଜିନର ନାଁ ବଦଳାଇଛି।ଚାଇନାଚାଇନା ପକ୍ଷରୁ ତଥାକଥିତ ପ୍ରମାଣ ଅନୁସାରେ ଭୌଗଳିକ ଅବସ୍ଥିତ ସମ୍ପର୍କିତ ତାଲିକା ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶକୁ ଚାଇନା ଝାଙ୍ଗନାନ ନାମ ଭାବେ ଅବିହିତ କରି ଏହାର ୩୦ଟି ସ୍ଥାନର ନାଁ ବଦଳାଇଛି।
ଚାଇନା ସରକାର ଅରୁଣାଚଳର ୧୨ଟି ପାହାଡ଼, ୪ଟି ନଦୀ, ଗୋଟିଏ ପାହାଡ଼ି ରାସ୍ତା, ୧୧ଟି ଆବାସିକ ଅଞ୍ଚଳ ଓ ଗୋଟିଏ ଜମିର ନାଁ ବଦଳାଇଛି।
ତେବେ ଚାଇନାର ଏପରି ବିସ୍ତାରବାଦୀ ଉଦ୍ୟମକୁ ଭାରତ ସରକାର ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, “ଯଦି ଆଜି ମୁଁ ଆପଣମାନଙ୍କ ଘରର ନାଁ ବଦଳାଇ ଦେବି, ତା’ହେଲେ ଉକ୍ତ ଘର କ’ଣ ମୋର ହୋଇଯିବ? ସେ ଏକଥା ମଧ୍ଯ କହିଛନ୍ତି ଅରୁଣାଚଳ ପ୍ରଦେଶ ଭାରତର ଥିଲା, ଅଛି ଓ ସବୁବେଳେ ରହିବ। ନାଁ ପରିବର୍ତ୍ତନ କରି ଏଥିରେ କୌଣସି ପ୍ରକାରର ପରିବର୍ତ୍ତନ ଆଣିବା ପାରିବ ନାହିଁ।