ଅଧା ଖୋଲା ଆଖିରେ ଦେଖିଲେ ଏହି ଫଟୋରେ ଜଣେ ସେଲିବ୍ରିଟି ଦିଶୁଛନ୍ତି । କହିପାରିବେ କି ସେ କିଏ । ସୂଚନା ଅନୁସାରେ , ପୂର୍ବରୁ ଆମେ ବିଭିନ୍ନ ପ୍ରକାରର ଅପ୍ଟିକାଲ୍ ଇଲ୍ୟୁଜନ୍ର ସମାଧାନ କରିଛେ ।
ଗୋଟାଏ ଫଟୋରେ ଲୁଚି ରହିଥିବା ଅନେକ ଫଟୋକୁ ଖୋଜି ବାହାରକରିଛେ । କିନ୍ତୁ ଏଥର ଅପ୍ଟିକାଲ୍ ଇଲ୍ୟୁଜନ୍ ଟିକେ ଭିନ୍ନ ଆଉ ଟିକେ ନିଆରା । କାହିଁକି ନାଁ ଏଥିରେ ଗୋଟାଏ କଇଁଚ୍ଛ ଫଟୋରେ ଜଣେ ସେଲିବ୍ରିଟିଙ୍କ ଚେହେରା ଲୁଚି ରହିଛି ବୋଲି କୁହାଯାଉଛି । ଏବେ ହିଁ ଫୋଟୋଟି ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଆଖିକୁ ଅଧା ବନ୍ଦ କରି ଫଟୋଟିକୁ ଦେଖିବାକୁ ଚେଷ୍ଟା କଲେ ଏହି ଚେହେରାଟି ପ୍ରସିଦ୍ଧ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନିଙ୍କ ଚେହେରା ସହ ମିଶୁଛି ବୋଲି ଅନେକ ଲୋକ ଦାବି କରୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଦୁଇଟି କଇଁଚ୍ଛଙ୍କ ଫଟୋ ଚର୍ଚ୍ଚା ର ବିଷୟ ପାଲଟିଛି । ମାଇକ୍ରୋବ୍ଲଗିଂ ସାଇଟ୍ 'ଏକ୍ସ'ରେ ସେୟାର୍ ହୋଇଥିବା ଏହି ଅପ୍ଟିକାଲ୍ ଇଲ୍ୟୁଜନ୍ର କ୍ୟାପସନରେ ଲେଖା ଅଛି, “ଆଖି ଅଧା ବନ୍ଦ କର ଏବଂ ତୁମେ ଏହି ଚିତ୍ରରେ ଲମ୍ବା କେଶର ଏମଏସ ଧୋନିଙ୍କୁ ଦେଖିପାରିବ । ଏହି ଚିତ୍ରରେ ଗୋଟିଏ କଇଁଚ୍ଛ ତଳେ ସୋଇଥିବା ବେଳେ ଅନ୍ୟଟି ପ୍ରଥମ କଇଁଚ୍ଛ ଉପରେ ଛିଡା ହୋଇଛି । ଆଉ ବ୍ୟାକ୍ଗ୍ରାଉଣ୍ଡ୍ରେ ଗଛ ମଧ୍ୟ ଦେଖିବାକୁ ମିଳିଛି ।
ଆଗକୁ ପଢନ୍ତୁ :- ଭାଇରାଲ ହେବାରେ ଲାଗିଛି ସାମାଜିକ ବିଜ୍ଞାନ ପରୀକ୍ଷା ଖାତା