ସାମାଜିକ ବିଜ୍ଞାନ ପରୀକ୍ଷାରେ ଛାତ୍ର ଲେଖିଲେ ବାହାଘରର ସଂଜ୍ଞା । ଯାହାକୁ ପଢିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ହସି ହସି ବେଦମ ହୋଇଯିବେ । ଏବେ ହିଁ କଥାଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଆମେ ସମସ୍ତେ ଜାଣିଛୁ କି ସ୍କୁଲ ହେଉ ବା ଅନ୍ୟ କୌଣସି ଶିକ୍ଷା ଅନୁଷ୍ଠାନ ସମୟ ସହ ପ୍ରତି ବ୍ୟାଚରେ ଏଭଳି କିଛି ଛାତ୍ର ଥାଆନ୍ତି ଯିଏ ଅନେକ ସମୟରେ ବହୁତ କିଛି ଅଦ୍ଭୁତ କାଣ୍ଡ କରିଥାନ୍ତି । ଯେତେବେଳେ ଶ୍ରେଣୀରେ ଶିକ୍ଷକ ପାଠ ପଢ଼ାଇଥାନ୍ତି ସେତେବଳେ ଛାତ୍ରଛାତ୍ରୀ ମାନେ ବହୁତ କିଛି ବୁଝିବା ସହ ବହୁତ କିଛି ଶିଖିଥାନ୍ତି । କିନ୍ତୁ ପ୍ରତି ଶ୍ରେଣୀରେ ଏମିତି କିଛି ଅଦ୍ଭୁତ ପିଲାଥାନ୍ତି ଯିଏ ନିଜ ଢଙ୍ଗ ଅନୁଯାୟୀ ପଢିକି ବୁଝିଥାନ୍ତି । ଯାହାର ପରିଣାମ କିଛି ଅଜବ ହୋଇଥାଏ । ଏଭଳି ଏକ ଘଟଣାର ପରିଣାମ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି , ଏକ ବିଦ୍ୟାଳୟ ରେ ଯେଉଁଠାରେ ଛାତ୍ର ଜଣକ ଏମିତି କିଛି ଉତ୍ତର ଲେଖିକି ସମସ୍ତଙ୍କୁ ଆଶର୍ଯ୍ୟା ଚକିତ କରିଦେଇଛନ୍ତି । ଏକ ପରୀକ୍ଷାରେ ସୋସିଆଲ ସାଇନ୍ସର ପ୍ରଶ୍ନପତ୍ରରେ ବିବାହର ସଂଜ୍ଞା ଲେଖିବାକୁ କୁହାଯାଇଥିଲା । ହେଲେ ଛାତ୍ରଜଣକ ବିବାହକୁ ନେଇ ଏଭଳି କିଛି ଲେଖିଥିଲେ ଯାହାକୁ ପଢିବା ପରେ ଶିକ୍ଷକ ବର୍ଦ୍ଦାସ୍ତ କରିପାରିନଥିଲେ । ରାଗିକି ୧୦ରୁ ଜିରୋ ମାର୍କ ଦେବା ସହ ଯାହା ରିମାର୍କ ଦେଲେ ତାହା ଆପଣ ଫଟୋରେ ଦେଖିପାରୁଥିବେ । ହେଲେ ଏହି ଉତ୍ତରକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହାକୁ ପଢି ସମସ୍ତେ ହସି ହସି ଗଡୁଛନ୍ତି । ସାମାଜିକ ବିଜ୍ଞାନ ପ୍ରଶ୍ନର ଉତ୍ତରରେ ଛାତ୍ର ଜଣକ ନିଜ ଅନ୍ଦାଜରେ ଉତ୍ତର ଲେଖିଥିଲେ । ସେ ମ୍ୟାରେଜର ଉତ୍ତର ଲେଖିଥିଲେ ଯେ , ବିବାହ ସେତେବେଳେ ହୁଏ ଯେତେବେଳେ ଝିଅର ବାପା, ମା’ ଝିଅକୁ କୁହନ୍ତି ତୁ ଏବେ ବଡ ହୋଇଗଲୁଣି, ଆମେ ଆଉ ତୋତେ ରଖି ଖୁଆଇ ପାରିବୁନି । ଭଲ ହେବ ତୁ ଏବେ ଯାଇ ଏଭଳି ଜଣେ ବ୍ୟକ୍ତିକୁ ଖୋଜ ଯିଏ ତୋତେ ଖାଇବାକୁ ଦେଇପାରିବ । ଏହାପରେ ଝିଅ ଯାଇ ଜଣେ ଏଭଳି ପୁଅକୁ ଭେଟେ ଯାହାର ବାପା, ମା’ ତା’ର ବାହାଘର କରାଇବାକୁ ଚାହାଁନ୍ତି’ ।
ଏହି ଉତ୍ତରରେ ଶିକ୍ଷକ ଛାତ୍ରକୁ ୧୦ରୁ ୦ ଦେବା ସହ ନନସେନ୍ସ ଲେଖିଥିଲେ । ଓ ପରେ ଯାଇ ତାଙ୍କୁ ଦେଖା କରିବାକୁ ବି ଶିକ୍ଷକ ଲେଖିଥିଲେ । ଏମିତି ଉତ୍ତର କଣ ପାଇଁ ଛାତ୍ର ଜଣଙ୍କ ଲେଖିଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କିନ୍ତୁ ଏହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।
ଆଗକୁ ପଢନ୍ତୁ :- ଗତକାଲି ଭାରତରେ 5G ସେବାର ବ୍ୟବସାୟିକ ଉପଲବ୍ଧତାର ପ୍ରଥମ ବର୍ଷ ପୂରଣ ହେଲା