ଡେରାଡୁନ୍: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଡେରାଡୁନ୍ ଯାଇ ତାଙ୍କ ମା'ଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବେ। ସେ ରବିବାର ମଧ୍ୟାହ୍ନ ୧୨ଟା ୪୦ରେ ଡେରାଡୁନରେ ପହଞ୍ଚିବେ। ସେଠାରୁ ସିଧାସଳଖ ଜଲିଗ୍ରାଣ୍ଟ ହସ୍ପିଟାଲଯାଇ ମା'ଙ୍କୁ ଭେଟିବେ। ହସ୍ପିଟାଲରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଡେରାଡୁନ ଫେରିବେ। ଅପରାହ୍ନ ୩ଟା ୧୦ରେ ସେ ନୂଆଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେ ୟୁପି ସଦନରେ ରହିବେ। ଦିଲ୍ଲୀ ଗସ୍ତ ସମୟରେ ସେ ବିଜେପିର ବରିଷ୍ଠ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସିଏମ୍ ଯୋଗୀଙ୍କ ଆଗମନ ପାଇଁ ହସ୍ପିଟାଲ ଚାରିପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମା' ସାବିତ୍ରୀ ଦେବୀଙ୍କ ବୟସ ୮୦ ବର୍ଷ। ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ଡେରାଡୁନର ଜଲିଗ୍ରାଣ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ସାବିତ୍ରୀ ଦେବୀଙ୍କୁ ଜଲିଗ୍ରାଣ୍ଟ ହସ୍ପିଟାଲର ୱାର୍ଡ ୧୧୧ରେ ଥିବା ୧୫ ନମ୍ବର ରୁମ୍ରେ ରଖାଯାଇଛି। ଡାକ୍ତରଙ୍କ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଏବେ ସିଏମ ଯୋଗୀ ମଧ୍ୟ ତାଙ୍କ ଯତ୍ନ ନେବାକୁ ପହଞ୍ଚୁଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଗମନକୁ ନେଇ ଉତ୍ତରାଖଣ୍ଡ ପୁଲିସ ଏବଂ ଡେରାଡୁନ ପ୍ରଶାସନ ଆଲର୍ଟ ମୋଡରେ ଅଛନ୍ତି । ହସ୍ପିଟାଲ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା'ଙ୍କ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରିନାହିଁ ହସ୍ପିଟାଲ। ସିଏମ୍ ଯୋଗୀଙ୍କ ମା'ଙ୍କ ବୟସ ବଢ଼ୁଥିବାରୁ ସିଏମ୍ ଯୋଗୀଙ୍କ ମା'ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: ମୂର୍ତ୍ତି ବିସର୍ଜନ ବେଳେ ଭିଡ଼ ଭିତରେ ନେଲା ୪ ଜଣଙ୍କ ଜୀବନ