ଗଙ୍ଗାଜଳରେ ସ୍ନାନ କରିବା ଓ ସେବନ କରିବା ଦ୍ବାରା କରୋନାର ପ୍ରଭାବ ପଡିବନାହିଁ – ବାରଣାସୀ ହିନ୍ଦୁ ବିଶ୍ବବିଦ୍ୟାଳୟ
Khabar Odisha:BHU-Institute-Of-Medical-Science-Claims-Coronavirus-Will-Be-Eliminated-Due-To-Bacteriophage-Of-Gangajal
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୫ (ଖବର ଓଡ଼ିଶା):

ବାରଣାସୀରେ ଥିବା କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ (ବିଏଚୟୁ)ର ଅନୁସନ୍ଧାନକାରୀ ଦାବି କରିଛନ୍ତି ଯେ ଗଙ୍ଗାଜଳରେ ଥିବା ଅଣୁଜୀବ କରୋନା ଭୂତାଣୁକୁ ପରାସ୍ତ କରିପାରନ୍ତି। ଗଙ୍ଗାଜଳରୁ କରୋନା ଚିକିତ୍ସାର ମାନବ ପରୀକ୍ଷା ପାଇଁ ଏହି ଅନୁସନ୍ଧାନ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ମାଇକ୍ରୋବିଓଲୋଜିରେ ଏହା ସ୍ଥାନ ପାଇଛି ।

ବିଏଚୟୁର ସ୍ନାୟୁବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ରମେଶ୍ୱର ନାଥ ଚୌରସିଆ, ସ୍ନାୟୁବିଜ୍ଞାନୀ ପ୍ରଫେସର ଡଃ ଭି.ଏନ୍ ମିଶ୍ରଙ୍କ ନେତୃତ୍ୱରେ ଏକ ଡାକ୍ତର ଦଳ 490 ଜଣଙ୍କ ଉପରେ ସର୍ଭେ କରିଥିଲେ। ଭିଏନ୍ ମିଶ୍ର କହିଛନ୍ତି ଯେ ଦଳ ପ୍ରାରମ୍ଭିକ ସର୍ବେକ୍ଷଣରେ ଜାଣିବାକୁ ପାଇଛି ଯେ ନିୟମିତ ଗଙ୍ଗା ସ୍ନାନ କରିବା ଏବଂ ଗଙ୍ଗା ଜଳକୁ ସେବନ କରିବା ଦ୍ବାରା କରୋନା ସଂକ୍ରମଣର କୌଣସି ପ୍ରଭାବ ରହିବନାହିଁ।

ଏହି ସର୍ଭେ 273 ଜଣଙ୍କ ଉପରେ କରାଯାଇଥିଲା ଯେଉଁମାନେ ନିୟମିତ ଗଙ୍ଗାରେ ସ୍ନାନ କରନ୍ତି ଏବଂ ଗଙ୍ଗା ଜଳ ଉପଯୋଗ କରନ୍ତି । ସେଥିରେ 30 ରୁ 90 ବର୍ଷୀୟ ବୟସ୍କ ରହିଥିଲେ  ଓ ସେମାନଙ୍କଠାରେ କୌଣସିଟି କରୋନା ଲକ୍ଷଣ ପ୍ରକାଶ ପାଇନଥିଲା ।

ଏଥିସହିତ 50 ମିଟର ବ୍ୟାସାର୍ଦ୍ଧରେ ରହୁଥିବା 217 ଜଣଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁମାନେ ଗଙ୍ଗାଜଳକୁ ବ୍ୟବହାର କରୁନଥିଲେ। ସେମଧ୍ୟରେ 20 ଜଣ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ।

ପ୍ରଫେସର ମିଶ୍ର କହିଛନ୍ତି ଯେ ଗୋମୁଖ, ବୁଲନ୍ଦସହର, କାନପୁର, ପ୍ରୟାଗରାଜ, ବାରାଣାସୀ ସମେତ 17ଟି ସ୍ଥାନରୁ ବ୍ୟାକ୍ଟେରିଆଫେଜ୍ ନମୁନା ସଂଗ୍ରହ କରାଯାଇଛି। ସେହି ନମୁନାରୁ ଜଣାପଡିଥିଲା ଯେ ଗଙ୍ଗାଜଳ ସମ୍ପୂର୍ଣ୍ଣ ପରିଷ୍କାର, ଓ ସେଥିରେ ଅନ୍ୟ ଜୀବାଣୁ ମାରିବାର କ୍ଷମତା ଅଛି। ତେଣୁ ତାହାକୁ ନେଇ ଦଳ ଏକ ସ୍ପ୍ରେ ପ୍ରସ୍ତୁତ କରିଛି ଏହା କରୋନା ସହିତ ମୁକାବିଲା କରିପାରିବ  

କ୍ଲିନିକାଲ୍ ପରୀକ୍ଷା ପାଇଁ ବିଏଚୟୁର ନୈତିକ କମିଟିରୁ ଅନୁମୋଦନ ଲୋଡିଛୁ ଓ ଆମେ 198 ଜଣଙ୍କ ଉପରେ ଏକ କ୍ଲିନିକାଲ୍ ପରୀକ୍ଷା କରିବୁ । ଏହି ଅନୁସନ୍ଧାନକୁ ଆନ୍ତର୍ଜାତୀୟ ଜର୍ଣ୍ଣାଲ ଅଫ୍ ମାଇକ୍ରୋବିଓଲୋଜିରେ ସେପ୍ଟେମ୍ବର 2ରେ ଗ୍ରହଣ କରାଯାଇଛି | ଏହା ଶୀଘ୍ର ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।

ଉକ୍ତ ସ୍ପ୍ରେ ଚିକିତ୍ସା ପାଇଁ  ଆଇଏମଏସକୁ ଏକ ପ୍ରସ୍ତାବ ପଠାଯାଇଛି। ସେଠାରୁ ଅନୁମୋଦନ ପାଇବା ପରେ 198 କରୋନା ରୋଗୀଙ୍କ ଉପରେ କ୍ଲିନିକାଲ୍ ପରୀକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରଫେସର ମିଶ୍ର କହିଛନ୍ତି ଯେ ଯଦି ପରୀକ୍ଷଣ ସଫଳତା ହୁଏ ତେବେ ମାତ୍ର 10 ଟଙ୍କାରେ ସ୍ପ୍ରେ ଆକାରରେ କରୋନା ଔଷଧ ମିଳିପାରିବ ।

  • Tags:

Subscribe

National International State Sports Entertainment