ଆଜିଠୁ ରାଜଧାନୀ ଭୁବନେଶ୍ୱରରୁ ରାମଙ୍କ ଜନ୍ମଭୂମିକୁ ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ୍ । ଟ୍ରେନରେ ଯାତ୍ରା କରୁଛନ୍ତି ଶ୍ରଦ୍ଧାଳୁ । ପ୍ରଭୁ ରାମଙ୍କ ଦିବ୍ୟଦର୍ଶନ ପାଇଁ ଯାଉଛନ୍ତି ପ୍ରାୟ ୧୪୦୦ ଭକ୍ତ । ଏହି ଟ୍ରେନର ଶୁଭାରମ୍ଭ ପତାକା ଦେଖାଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି କରିଛନ୍ତି । ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମନରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି । ଏହି ଟ୍ରେନରେ ୨୦ଟି ସ୍ଲିପର କୋଚ୍ ଥିବା ବେଳେ ପ୍ରତି କୋଚରେ ୭୨ଟି ସିଟ୍ ରହିଛି । ପରବର୍ତ୍ତୀ ସମୟରେ କଟକ, ପୁରୀ ଓ ଭଦ୍ରକ ମଧ୍ୟ ଏହି ଟ୍ରେନ ଯାତ୍ରା କରିବ । ଏହି ଟ୍ରେନ ଭୁବନେଶ୍ୱରରୁ ସିଧାସଳଖ ରାମଙ୍କ ଜନ୍ମଭୂମିକୁ ଯାଉଥିବାରୁ ଭକ୍ତମାନେ ଖୁସିରେ ଆନନ୍ଦିତ ହେଉଛନ୍ତି ।