ଭାରତରେ ବଢିବ ଆପଲ ଆଇଫୋନର ପରିମାଣ । ଆଇଫୋନର ଗ୍ରାହକ ପାଇବେ ସୁବିଧା । ଅନ୍ତଃରାଷ୍ଟ୍ରୀୟ ତଥା ପ୍ରିମିୟମ ସ୍ମାର୍ଟଫୋନ୍ ନିର୍ମାତା ଆପଲ୍ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଆଇଫୋନ୍ ଉତ୍ପାଦନ ବଢାଇବା ନେଇ ବିଚାରବିମର୍ଶ କରୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କାରଣ ନିକଟରେ କମ୍ପାନୀ ଭାରତୀୟ ବଜାରରେ ଆପଲର ଆଉଟଲେଟ ଜରିଆରେ ଗ୍ରାହକଙ୍କୁ ଆଇଫୋନର ସମସ୍ତ ଉତ୍ପାଦ ସ୍ଥାନ ଯୋଗାଉଛି। ଏପରିକି ଭାରତୀୟ ବଜାରରେ ଆପଲ ବ୍ରାଣ୍ଡର ଚାହିଦା ପୂର୍ବପେକ୍ଷା ବୃଦ୍ଧି ପାଇବ। ଫଳରେ ସେହି -କମ୍ପାନୀ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ମଧ୍ୟରେ ଆଇଫୋନ୍ ଉତ୍ପାଦନ ପୂର୍ବପେକ୍ଷା ୨ରୁ ୩ ଗୁଣା ବଢାଇବାକୁ ଯୋଜନା କରୁଛି। ଅପରପକ୍ଷେ ଭାରତରୁ ସର୍ବାଧିକ ଫୋନ ରପ୍ତାନି କରୁଥିବା ସଂସ୍ଥା ଭାବେ ପ୍ରତମ ସ୍ଥାନ ଅଧିକାର କରିଛି । ଦୀର୍ଘ ବର୍ଷ ଧରି ସାମ୍ସଙ୍ଗ ପ୍ରଥମ ସ୍ଥାନରେ ରହିଥିବାବେଳେ ବର୍ତ୍ତମାନ ଆପଲ ସେହି ସ୍ଥାନ ଗ୍ରହଣ କରିଛି। ସେହିଭଳି ଆଗାମୀ ଦିନରେ ଆଇଫୋନ ସିରିଜର ଉତ୍ପାଦନକୁ ବ୍ୟାପକ କରିବା ସହିତ ଆଇଫୋନ୍ ବ୍ୟତୀତ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ କମ୍ପାନୀ ଭାରତରେ ତିଆରି କରିବାକୁ ଯାଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ପ୍ରଥମ ଦିଆଯାଇଛି ।
ଆପଲର ସ୍ବୀକୃତିପ୍ରାପ୍ତ ତଥା ତିନି ଭାରତୀୟ ଚୁକ୍ତିଭିତ୍ତିକ ଉତ୍ପାଦନକାରୀ ଫକ୍ସକନ୍, ୱିଷ୍ଟ୍ରନ୍ ଓ ପେଗାଟ୍ରନ୍ ଭାରତରେ ଆଇଫୋନ୍ ତିଆରି କରୁଛନ୍ତି। ଏପରିକି ୨୦୨୪-୨୫ ଆର୍ଥିକ ବର୍ଷରୁ ଏହି ଉତ୍ପାଦନକାରୀ ସଂସ୍ଥାଗୁଡିକ ଭାରତରେ ଆଇପଡ୍ ଉତ୍ପାଦନ ଆରମ୍ଭ କରିବେ ବୋଲି ଆପଲ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ୨୦୨୨ରେ ଆପଲ୍ ମସ୍କ ସାରା ବିଶ୍ୱରେ ୧୯,୧୦୦ କୋଟି ଡଲାର ମୂଲ୍ୟର ଆଇଫୋନ୍ ଏବଂ ୩୮୩୬କୋଟି ଡଲାରର ଅନ୍ୟାନ୍ୟ ଆପଲ ଉତ୍ପାଦ ବିକ୍ରି କରିଥିଲା। ଏପରିକି ନିକଟରେ କମ୍ପାନୀ ଆଇଫୋନ୍ ୧୫ ସରିଜିର ୪ଟି ଏକ୍ସକୁସିଭ ମଡେଲକୁ କମ୍ପାନୀ ଅନ୍ତଃରାଷ୍ଟ୍ରୀୟସ୍ତରରେ ଉନ୍ମୋଚନ କରିଥିଲା। ବିଶେଷ କରି ସେହି ମଡେଲ ମଧ୍ୟରୁ କିଛି ମଡେଲ ଭାରତ ବଜାରରେ ତିଆରି କରାଯାଉଛି। ସେହିପରି ପ୍ରଥମ ଥର ପାଇଁ ମେଡ୍ ଇନ ଇଣ୍ଡିଆ ଆଇଫୋନ ଭାରତୀୟ ବଜାରରେ ପ୍ରଥମ ଦିନରୁ ବିକ୍ରି ହୋଇଛି । ଅପରପକ୍ଷରେ ରେଟିଂ ଏଜେନ୍ସି ମାର୍ଗନ ଆକଳନ ଅନୁଯାୟୀ ଆସନ୍ତା ୫ ବର୍ଷ ମଧ୍ୟରେ ଆପଲ୍ ପାଇଁ ଭାରତ ଏକ ପ୍ରମୁଖ ବଜାରରେ ପରିଣତ ହେବ। ତେବେ ଆପଲ ଆଇଫୋନ୍ ୧୫କୁ ନେଇ ସାରା ବିଶ୍ୱରେ ଉତ୍ସାହ ଲାଗିରହିଛି । ସେଠି ମଧ୍ୟରୁ ବିଶ୍ଵର ଏକ ନମ୍ବର ଧନୀ ଏଇନ୍ ମସ୍କ ବି ବାଦ ପଡ଼ିନାହାନ୍ତି। ମାସ୍କ ମଧ୍ୟ ଏକ ଆଇଫୋନ ୧୫ କିଣିବି ବୋଲି କହିଛନ୍ତି। ଏହା ପଛର କାରଣ ବିଷୟରେ ମଧ୍ୟ ସେ ତାଙ୍କ ଏକ୍ସରେ ବର୍ଣ୍ଣନା କରିଛନ୍ତି। ତେବେ ଭାରତରେ ଏବେ ଆଇଫୋନ ୧୫କୁ ନେଇ ଚର୍ଚ୍ଚା ରହିବା ସହ ଆଇଫୋନ ଗ୍ରାହକ ମାନେ ଆଇଫୋନର ଉତ୍ପାଦନ ବଢିବାକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି ।
ଅଧିକ ପଢନ୍ତୁ :ଭାରତୀୟ ବାୟୁସେନାରେ ସାମିଲ ହେଲା C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ