ସୋମବାର ଭାରତୀୟ ବାୟୁସେନାରେ ସାମିଲ ହୋଇଛି C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ଏବେ ଦ୍ବିଗୁଣିତ ହେଲା ବାୟୁସେନାର ଶକ୍ତି । ଶତ୍ରୁ ଉପରେ ନଜର ରଖି ଆକ୍ରମଣ କରିବା ପାଇଁ ସାମିଲ ହେଲା ନୂଆ ଏୟାରକ୍ରାଫ୍ଟ । ଏୟାରବିମାନର ମୁଖ୍ୟ ଏହି ଉତ୍ସବରେ ଯୋଗଦେଇଥିଲେ । ଉତ୍ତରପ୍ରଦେଶର ହିଣ୍ଡନ ଏୟାରଫୋର୍ସ ବେସରେ ଏହି ଏୟାରକ୍ରାଫ୍ଟକୁ ସାମିଲ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ବିମାନକୁ ଉଡାଇବା ପାଇଁ ପାଇଲଟମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ତାଲିମ ଦେବାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚାଲିଛି । ଏହି ବିମାନକୁ ୨ ଜଣ ପାଇଲଟ ଉଡାଇବେ । ଏହି ବିମାନ ମଧ୍ୟରେ ୭୩ଜଣ ସୈନିକ କିମ୍ବା ୪୮ ପାରାଟ୍ରୁପର୍ସ କିମ୍ବା ୧୨ଟି ଷ୍ଟ୍ରେଚର ଇଣ୍ଟେନସିଭ୍ କେୟାର ମେଡଭେକ ରହିପାରିବ । ଏହି ବିମାନଟି ସର୍ବାଧିକ ୯୨୫୦ କେଜି ଉଠାଇପାରିବ । ଏହି ବିମାନଟି ଛୋଟ ରନୱେରେ ଉଡାଣ ଭରିବା ସହିତ ଅବତରଣ ମଧ୍ୟ କରିପାରିବ । ବାୟୁସେନାର ମୁଖ୍ୟ ଏହି ଏୟାରକ୍ରାଫ୍ଟ ବିମାନ ଆଣିବାପାଇଁ ସ୍ପେନ ଯାଇଥିଲେ ।
ସୂଚନା ଅନୁସାରେ, ସ୍ପେନ ଓ ଭାରତ ମଧ୍ୟରେ ଗୋଟେ ନିଷ୍ପତ୍ତି ନିଆଯାଇଛି ଯେ, ୫୬ଟି C-୨୯୫ ଟ୍ରାନ୍ସପୋର୍ଟ ବିମାନ ନିର୍ମାଣ ହେବ । ସେଥିମଧ୍ୟରୁ ୧୬ଟି ବିମାନ ସ୍ପେନରେ ନିର୍ମାଣ ହେବ। ଆଉ ଅବଶିଷ୍ଠ ୪୦ ଟି ବିମାନ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ୍ ଦ୍ୱରା ନିର୍ମାଣ ହେବ । ଗତବର୍ଷରୁ ଟାଟା ତାର କାର୍ଯ୍ୟ ଆରମ୍ଭ କରିସାରିଛି । ଭାରତୀୟ ବାୟୁସେନା ନିଜେ ସ୍ୱଦେଶୀ ଡ୍ରୋନ ନିର୍ମାଣ କରିବାକୁ ସକ୍ଷମ ହୋଇଛି । ଭାରତୀୟ ବାୟୁସେନା ଓ ଡ୍ରୋନ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହୋଇଛି ।
ଆଗକୁ ପଢ଼ନ୍ତୁ : ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତିପତ୍ର