ଚାଇନାରେ ଆଉ ଏକ ସମସ୍ୟା , ଆଇସକ୍ରିମରେ କରୋନା ଭାଇରସ ପଜିଟିଭ,ଚିନ୍ତାରେ ଗ୍ରାହକ
Khabar Odisha:Another-problem-in-China-the-corona-virus-in-ice-cream-the-consumer-in-concern
ନୂଆଦିଲ୍ଲୀ, ଜାନୁଆରୀ ୧୭ (ଖବର ଓଡ଼ିଶା):

କରୋନା ଭାଇରସ୍ ର ସଂକ୍ରମଣ ଲୋକଙ୍କୁ ଭୟଭୀତ କରୁଥିବା ବେଳେ । ଏବେ ଏହି କରୋନା ଭୂତାଣୂ କୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର ଯାହା ଆପଣ ଶୁଣିଲେ ଭୟଭୀତ ହୋଇଯିବେ । ଚୀନ୍ ରେ ଆଇସକ୍ରିମରେ କରୋନା ଭାଇରସ ପଜିଟିଭ୍ ଆସିବା ଖବର ସାମ୍ନାକୁ ଆସୁଛି ।

ତିୟାନଜିନ ଅଞ୍ଚଳରେ ଲୋକଲ ଲେବଲରେ ପ୍ରସ୍ତୁତ ଆଇସକ୍ରିମର ୩ ଟି ସାମ୍ପଲରେ କରୋନା ଭାଇରସ ପଜିଟିଭ୍ ହେବା ଖବର ସାମ୍ନାକୁ ଆସିଛି । ଯାହା ଶୁଣିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଯେଉଁମାନେ ୩ଜଣ ଏହାକୁ ଖାଇଛନ୍ତି ତାଙ୍କର ସନ୍ଧାନ ଜାରୀ ରହିଛି । ଏଠାରେ ଏକ ଲୋକାଲ ଫୁଡ୍ କମ୍ପାନୀକୁ ୪୮୩୬ ବାକ୍ସରେ କରୋନା ଭାଇରସ ସଂକ୍ରମଣ ମିଳିଥିଲା ।

ଏଥିରୁ ୨୦୮୯ ବାକ୍ସ ଷ୍ଟୋରେଜରେ ସିଲ କରି ରଖାଯାଇଥିଲା । କିନ୍ତୁ ୧୮୧୨ ବାକ୍ସକୁ ଅନ୍ୟ ରାଜ୍ୟକୁ ପଠାଇ ଦିଆଯାଇଥିଲା ଏବଂ ଆଇସକ୍ରିମର ୯୩୫ ପ୍ୟାକେଟ୍ ସ୍ଥାନୀୟ ବଜାରରେ ମଧ୍ୟ ପହଞ୍ଚି ଯାଇଥିଲା । ତେବେ ଏଥିରୁ ମାତ୍ର ୬୫ ଆଇସକ୍ରିମ ପ୍ୟାକେଟ୍ ବିକ୍ରି ହୋଇଥିଲା । ଯେଉଁ ଗ୍ରାହକମାନେ ଏହି ଆଇସକ୍ରିମକୁ କିଣିଥିଲେ ସେମାନଙ୍କୁ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି ।

ପ୍ରକୃତ ଘଟଣା ହେଉଛି ଗ୍ଲୋବାଲ୍ ଟାଇମ୍ସର ରିପୋର୍ଟ ଅନୁସାରେ ଏହି ଆଇସକ୍ରିମ ଯେଉଁ ମିଲ୍କ ପାଉଡରରେ ପ୍ରସ୍ତୁତ ହୋଇଥିଲା ତାହା ନ୍ୟୁଜିଲାଣ୍ଡ ଓ ୟୁକ୍ରେନରୁ ଆସିଥିଲା ତେଣୁ ଆଇସକ୍ରିମର ବିକ୍ରିରେ ରୋକ ଲଗାଇ ଦିଆଯାଇଛି ଏବଂ ପୂରୁଣା ଏବଂ ନୂଆ ଷ୍ଟକର ଯାଞ୍ଚ କରାଯାଉଛି ।

  • Tags:

Subscribe

National International State Sports Entertainment