ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଉତ୍ତରକାଶୀ ଟନେଲ୍ ରେସକ୍ୟୁ । ଖୁବ ଶୀଘ୍ର ଟନେଲ ଭିତରୁ ବାହାରିବେ ୪୧ ଶ୍ରମିକ । ସନ୍ଧ୍ୟା ପାଞ୍ଚ ବେଳେ ମିଳିବ ଖୁସି ଖବର । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆମେରିକାରୁ ଅଗର ମେସିନ ଅଣାଯାଇଥିଲା ହେଲେ ତାହା ମଝିରେ ଫଶିଯାଇଥିଲା । ଗତକାଲି ଠାରୁ ହାତରେ ଟନେଲ ଖୋଳା ଚାଲିଛି। ଆଉ ମାତ୍ର 2/3 ମିଟର ବାକି ରହିଲା । ସୂଚନା ଦେଲେ ଏକ୍ସପର୍ଟ କ୍ରିସ କପୁର । ଯାହାକୁ କେବଳ ଶ୍ରମିକମାନେ ନୁହଁ ପୁରା ଦେଶ ଚାହିଁ ରହିଛି । ଗତକାଲି ରାତିରୁ ଡ୍ରିଲିଂରେ ଆଉ କୌଣସି ବାଧା ଦେଖାଦେଇନଥିଲା । ଆଜି ପାଞ୍ଚଟା ସୁଦ୍ଧା ମିଳିବ ଖୁସି ଖବର । ଏବେ ବି ସେମାନେ ଖୋଳା ଜାରି ରଖିଛନ୍ତି । ଏହାର ସୂଚନା ବିଦେଶୀ ଏକ୍ସପର୍ଟ କ୍ରିସ କପୁର ଦେଇଛନ୍ତି ।ବର୍ତ୍ତମାନ ଭର୍ଟିକାଲ ଡ୍ରିଲିଂକୁ ବାଣ୍ଡ କରାଯାଇଛି । ଏବଂ ସଚେତନା କୁ ଦୃଷ୍ଟିରେ ରଖି ହାତରେ ଖୋଳା ଜାରି ରହିଛି