ଉତରାଖଣ୍ଡରେ ଲୁଚିଛି କି ଅମ୍ରିତପାଲ !
Khabar Odisha:Alert-sounded-in-Uttarakhand-amid-hunt-for-Amritpal-Singh
ଖବର ଓଡିଶା : 24/03/2023

ଫେରାର ଥିବା ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କୁ ନେଇ ଆସିଛି ବଡ ସୂଚନା । ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିବା  ଏହି ଖଲିସ୍ତାନୀ ନେତା ବାଇକରେ ହରିଆଣା ଦେଇ ଉତରାଖଣ୍ଡ ପଳାଇଯାଇଥିବା ସୂଚନା ମିଳିଛି । ତାଙ୍କୁ ଧରିବା ପାଇଁ ପଞ୍ଜାବ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ଅମ୍ରିତ ପାଲ ହରିୟାଣାର ଜଣେ ମହିଳାଙ୍କ ଘରେ ଲୁଚି ରହିଥିଲେ । ସେଠାରୁ ବାହାରକୁ ଯିବା ବେଳେ ତାଙ୍କର ଏକ ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । ଭିଡ଼ିଓରେ ଅମ୍ରିତ ପାଲ ଏକ ଛତା ଧରି ଯଉଥିବା ଦେଖିବାକୁ ମିଳିଛି । ପୋଲିସ ନଜରରୁ ନିଜକୁ ବଂଚାଇବାକୁ ଅମ୍ରିତପାଲ ଛତାର ସାହାରା ନେଇଥିବା କୁହାଯାଉଛି । ନିଜକୁ ଖଲିସ୍ତାନୀ ସମର୍ଥକ କହି ଖଲିସ୍ତାନୀ ଆନ୍ଦୋଳନରେ ସାମିଲ ହେବା, ଯୁବକଙ୍କୁ ଉସକାଇବା, ଦେଶ ଓ ଦେଶ ବାହାରେ ହଙ୍ଗାମା କରିବା ଭଳି ଅନେକ ଅଭିଯୋଗ ଅମ୍ରିତପାଲଙ୍କ ବିରୋଧରେ ରହିଛି । ଅଜନାଲ ହିଂସା ମାମଲାରେ ୬ଦିନ ହେବ ପୁଲିସ ହାତରୁ ଫେରାର ଥିବା ଅମ୍ରିତକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅମ୍ରିତପାଲ ପଂଜାବରେ ନିଜର ଯେଉଁ ଶକ୍ତିପ୍ରଦର୍ଶନ ପ୍ରଦର୍ଶନ କରୁଛି ଏହା ପଛରେ ବିଦେଶୀ ଫଣ୍ଡ ଓ ଟେରର ଫଣ୍ଡିର ହାତ ଥିବା କୁହାଯାଉଛି । ଅମ୍ରିତପାଲର ରହିଛି ମୋଟ ୧୫୮ ବ୍ୟାଙ୍କ ଆକାଉଂଟ ରହିଥିବା ୨୮ଟି ବ୍ୟାଙ୍କ ଖାତାକୁ ୫କୋଟିରୁ ଅଧିକ ଟଙ୍କା ପଠାଯାଇଛି ।

ଅଧିକାଂଶ ବ୍ୟାଙ୍କ ପଂଜାବରେ ରହିଛି । ଅମ୍ରିତପାଲ,ପତ୍ନୀ କିରଣଦୀପ ଓ ସମ୍ପର୍କୀୟଙ୍କ ନାଁରେ ବ୍ୟାଙ୍କ ଆକାଉଂଟ ରହିଛି । ପୁଲିସ ଓ ତଦନ୍ତକାରୀ ସଂସ୍ଥା ହାତରେ ଏହି ବଡ ତଥ୍ୟ ଲାଗିବା ପରେ ଏହି ସମସ୍ତ ବ୍ୟାଙ୍କ ଆକାଉଁଟରେ ଖୋଳତାଡ ଆରମ୍ଭ ହୋଇଛି । କେବଳ ଦେଶଦ୍ରୋହ ନୁହେଁ ଟେରର ଫଣ୍ଡି ମାମଲାରେ ମଧ୍ୟ ତଦନ୍ତ କରାଯାଉଛି । ଗୋଟେ ପଟେ ଅମ୍ରିତପାଲ ଫେରାର ଥିବାବେଳେ ଅନ୍ୟପଟେ ତାର ପୈତୃକଗାଁରେ ପହଁଚି ମା ଓ ସ୍ତ୍ରୀକୁ ଜେରା କରିଛି ପୁଲିସ । ସବୁଠୁ ବଡ କଥା ହେଉଛି ଅମ୍ରିତପାଲର ପତ୍ନୀ କିରଣ ଦୀପ କୌର ଜଣେ ଏନଆରଆଇ ହୋଇଥିବାରୁ ଫରେନ ଫଣ୍ଡି ପଛରେ ମଧ୍ୟ ବଡ ହାତ ରହିଛି ବୋଲି ଅନୁମାନ କରାଯାଉଛି। ସେପଟେ ଅମ୍ରିତପାଲଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ତଥା ଏନବିଡବ୍ଲ୍ୟ ଜାରି କରିଛି ପୁଲିସ । 

Subscribe

National International State Sports Entertainment