ରାଜନୀତିରେ ପାଦ ରଖିବାକୁ ଯାଉଛନ୍ତି ବଲିଉଡର ଖିଲାଡି କୁମାର। ତେବେ ଅଭିନେତାରୁ ନେତା ହେବାକୁ ଯାଉଛନ୍ତି ଅକ୍ଷୟ କୁମାର। ଆଗାମୀ ଲୋକସଭା ନିର୍ବାଚନରେ ଅକ୍ଷୟ କୁମାର ବିଜେପି ଟିକେଟରେ ଲଢ଼ିବେ ବୋଲି ଖବର ମିଳୁଛି। ଅର୍ଥାତ୍ ଅକ୍ଷୟ କୁମାର ରାଜନୀତିରେ ଯୋଗ ଦେଇପାରନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି। ତେବେ ଅକ୍ଷୟ କୁମାର ନିର୍ଵାଚନରେ ଲଢ଼ିବା ଖବର ଆସିବା ପରେ ଅକ୍ଷୟଙ୍କ ଫ୍ୟାନ୍ସ ମାନେ ବେଶ ଉତ୍ସାହିତ ଅଛନ୍ତି।
ସୂଚନା ଅନୁସାରେ, ଅଭିନେତାରୁ ନେତା ହେବାକୁ ଯାଉଛନ୍ତି ଅକ୍ଷୟ କୁମାର। ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଟିକେଟରୁ ନିର୍ବାଚନ ଲଢିପାରନ୍ତି ବଲିଉଡର ଖିଲାଡି କୁମାର। ବର୍ତ୍ତମାନ ସୁଦ୍ଧା ଅନେକ ବଲିଉଡ୍ ତାରକା ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି। ତେବେ ସେହିପରି ରାଜନୀତିକୁ ଓଲ୍ହାଉଛନ୍ତି ସୁପର୍ଷ୍ଟାର ଅକ୍ଷୟ। ପ୍ରତିଟି ଦଳ ଆଗାମୀ ନିର୍ବାଚନକୁ ନେଇ ରଣନୀତି ବନାଇବା ଆରମ୍ଭ କରି ଦେଇଛନ୍ତି। ତେବେ ବିଜେପି ପୁଣି ଥରେ ୪୦୦ ଟାର୍ଗେଟ୍ରେ ହ୍ୟାଟ୍ରିକ୍ ମାରିବାକୁ ପ୍ରସ୍ତୁତ ଅଛି। ତେଣୁ ଏଥିପାଇଁ ବଲିଉଡ ଖିଲାଡୀଙ୍କୁ ଦିଲ୍ଲୀ ଚାନ୍ଦିନୀ ଚୌକ ଆସନରୁ ବିଜେପି ପକ୍ଷରୁ ଲଢିବାକୁ ପ୍ରସ୍ତାବ ଦିଆଯାଇଛି। ଖିଲାଡୀ କୁମାର ରାଜନୀତିରେ ପାଦ ଥାପିବା ନେଇ ଖବର ଆସିବା ପରେ ଅକ୍ଷୟଙ୍କ ଫ୍ୟାନ୍ସ ମାନେ ତାଙ୍କୁ ନେତା ହିସାବରେ ଦେଖିବାକୁ ବେଶ ଉତ୍ସାହିତ ଅଛନ୍ତି।