ଜଳ, ସ୍ଥଳ ଓ ଆକାଶ ମାର୍ଗରେ ନିଜର ଶକ୍ତିକୁ ଦ୍ରୁତଗତିରେ ବଢ଼େଇବାରେ ଲାଗିଛି ଭାରତ । ଖୁବଶୀଘ୍ର ଭାରତୀୟ ବାୟୁସେନାର ଶକ୍ତି ହେବ ଦ୍ଵିଗୁଣ । ଭାରତ ତାର ଶତ୍ରୁ ଉପରେ ରଖିବ କଡା ନଜର । ଭାରତ କୌଣସି କ୍ଷେତ୍ରରେ ପଛୁଆ ନୁହେଁ ତାହା ଭାରତ ପ୍ରମାଣ କରିସାରିଛି । ଦିନକୁ ଦିନ ଭାରତ ନିଜର ଶକ୍ତି ସମ୍ପର୍କରେ ସାରା ବିଶ୍ଵକୁ ଜଣେଇସାରିଛି । ଖୁବଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି 'ପ୍ରଚଣ୍ଡ ହେଲିକପ୍ଟର' । ଏହି ହେଲିକପ୍ଟରକୁ ଭାରତୀୟ ବାୟୁସେନାରେ ସାମିଲ କରିବା ପୂର୍ବରୁ ପରିବର୍ତ୍ତନ ହେଉଥିବା ପାଣିପାଗ ସ୍ଥିତିରେ ପରୀକ୍ଷା କରାଯାଇଛି । ସଫଳ ପରୀକ୍ଷଣ ପରେ ଭାରତୀୟ ବାୟୁସେନା ଓ ଭାରତୀୟ ସେନା ଗତ ୧୫ ମାସ ମଧ୍ୟରେ ୧୫ଟି ହେଲିକପ୍ଟରକୁ ଆଣିସାରିଛନ୍ତି । ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କର ସୂଚନା ଅନୁସାରେ, ଭାରତୀୟ ବାୟୁସେନାରେ ୧୫୬ଟି 'ପ୍ରଚଣ୍ଡ ହେଲିକପ୍ଟର' କୁ ସାମିଲ କରିବାପାଇଁ ଭାରତୀୟ ବାୟୁସେନା ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଆଉ ଏହି ପ୍ରସ୍ତାବ ଖୁବଶୀଘ୍ର ଅନୁମୋଦନ କରାଯିବ ବୋଲି ସୂଚନା ମିଳିଛି । ଉକ୍ତ ୧୫୬ଟି ହେଲିକପ୍ଟର ମଧ୍ୟରୁ ୬୬ଟି ଭାରତୀୟ ବାୟୁସେନାରେ ଅନୁର୍ଭୁକ୍ତ ହେବାସହିତ ଅବଶିଷ୍ଟ ୯୦ଟି ଭାରତୀୟ ସେନାରେ ସାମିଲ ହେବ। । ଭାରତୀୟ ବାୟୁସେନାରେ ୧୫୬ଟି 'ପ୍ରଚଣ୍ଡ ହେଲିକପ୍ଟର' ସାମିଲ ହୋଇସାରିବା ପରେ ଭାରତର ବାୟୁସେନାର ବଳ ବା ଶକ୍ତି ବଢିବ । । ଆଉ ଏହି ସମସ୍ତ ବିମାନ ସମ୍ପୂର୍ଣ୍ଣ ସ୍ୱଦେଶୀ ଅତ୍ୟାଧୁନିକ ଭାବରେ ନିର୍ମିତ । ଭାରତ ଏହି ବିମାନକୁ ସମ୍ପୂର୍ଣ୍ଣ ନିଜସ୍ୱ ଭିତ୍ତିରେ ପ୍ରସ୍ତୁତ କରିଛି ।
ଆଗକୁ ପଢ଼ନ୍ତୁ : ଭାରତୀୟ ନୌସେନାର ବଢ଼ିବ ଶକ୍ତି : ସାମିଲ ହେବ ସ୍ବାର୍ମ ଡ୍ରୋନ