ବାୟୁସେନା ପରେ ଏବେ ନୌସେନାରେ ବଢ଼ିବ ଭାରତର ଶକ୍ତି । ଗଭୀର ସମୁଦ୍ର ଭିତରେ ଶତ୍ରୁକୁ ଖୋଜି ଆକ୍ରମଣ କରିବ ଅଣ୍ଡରଓ୍ୱାଟର ସ୍ବାର୍ମ ଡ୍ରୋନ । ଗୋଟିଏ ପାଦ ସଫଳତା ଆଡ଼କୁ ଅଗ୍ରସର ହେବ ଭାରତ । ଭାରତ ନିଜ ଶତ୍ରୁ ଉପରେ ଆକ୍ରମଣ କରିବା ପାଇଁ ଜଳଭାଗରେ ନିୟୋଜିତ କରିବା ପାଇଁ ନୂଆ ଟେକ୍ନୋଲୋଜିର ଆୟୋଜନ କରିଛି । ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଭାରତ ତାର ନୂଆ ଟେକ୍ନୋଲୋଜିକୁ ନିୟୋଜିତ କରୁଛି । ଭାରତ ଗଭୀର ସମୁଦ୍ରରେ ନିୟୋଜିତ କରିବାକୁ ଥିବା ଡ୍ରୋନର ନାମ ଅଣ୍ଡରଓ୍ୱାଟର ସ୍ବାର୍ମ ଡ୍ରୋନ । ଏହି ଡ୍ରୋନରେ କୌଣସି ସୈନିକଙ୍କୁ ବସିବାକୁ ପଡ଼ିବ ନାହିଁ । ଜଣେ ଅପରେଟରଙ୍କ ଦ୍ୱାରା ଏହି ଡ୍ରୋନଟି କଣ୍ଟ୍ରୋଲ ହୋଇ ଗଭୀର ସମୁଦ୍ରରେ ମଧ୍ୟରେ ପ୍ରବେଶ କରି ଶତ୍ରୁ ଉପରକୁ ଆକ୍ରମଣ କରିବ ।
ଭାରତୀୟ ବାୟୁସେନାରେ ନୂଆ ଜାହାଜ ସାମିଲ ହେବା ପରେ ନୌସେନାରେ ସାମିଲ ହେବ ୭୫ ନୂଆ ଟେକ୍ନୋଲୋଜି । ଯେଉଁଥିରେ ଅଣ୍ଡରଓ୍ୱାଟର୍ ସ୍ବାର୍ମ ଡ୍ରୋନ, ବ୍ଲୁ-ବ୍ଲୁ ଗ୍ରୀନ ଲେଜର୍ସ, ମଲ୍ଟିପଲ୍ ଫାୟର ଫାଇଟିଂ ସିଷ୍ଟମ ଓ ଛୋଟ ଛୋଟ ଡ୍ରୋନ ସାମିଲ କରାଯାଇଛି । ଆଉ ଏହି ସବୁ ଡ୍ରୋନ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଭାରତ ଏବେ ତାର ନିୟୋଜିତ କରୁଥିବା ସମସ୍ତ ଜାହାଜ ଓ ଡ୍ରୋନ ସ୍ବଦେଶୀ ଭାବେ ନିର୍ମାଣ କରୁଛି । ଭାରତ ବିନା କାହାର ସାହାରାରେ ଆତ୍ମନିର୍ଭରଶୀଳ ଭାବରେ ନିଜର ଶକ୍ତି ନିଜେ ବୃଦ୍ଧି କରୁଛି । ଭାରତ ଏବେ ନୌସେନାରେ ସାମିଲ କରିବାକୁ ଥିବା ଅଣ୍ଡରଓ୍ୱାଟର ସ୍ବାର୍ମ ଡ୍ରୋନଟି ସମୁଦ୍ର ଭିତରେ ହେଉଥିବା ଗୁଇନ୍ଦା କାର୍ଯ୍ୟର ଠାବ କରିବା ସହିତ ଶତ୍ରୁ ଉପରେ ଆକ୍ରମଣ କରିବ ।
ଆଗକୁ ପଢ଼ନ୍ତୁ: ଭାରତୀୟ ବାୟୁସେନାରେ ସାମିଲ ହେଲା C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ