ଦେଶରେ ଲକ୍ ଡାଉନ୍ ୪.୦ ଶେଷ ହେବା ପରେ ବଢିବ ଗୋଷ୍ଠୀ ସଂକ୍ରମଣ, ଡିସେମ୍ବର ବେଳକୁ ୫୦ ପ୍ରତିଶତ ଭାରତୀୟ କରୋନା ଆକ୍ରାନ୍ତ ହେବା ସମ୍ଭାବନା
Khabar Odisha:After-lock-down-community-spread-of-Corona-virus-will-occur
ନୂଆଦିଲ୍ଲୀ, ମେ ୨୯ (ଖବର ଓଡ଼ିଶା):

 ମହାମାରୀ କରୋନା ପାଇଁ ସାରା ବିଶ୍ବ ଏବେ ସଙ୍କଟ ଦେଇ ଗତି କରୁଛି । ଦିନକୁ ଦିନ କରୋନା ଭୂତାଣୁ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆମ ଦେଶ ଓ ରାଜ୍ୟରେ  ସରକାରଙ୍କ ଅନେକ ପଦକ୍ଷେପ ସତ୍ତ୍ଵେ ମଧ୍ୟ ଏହି କରୋନା ପ୍ରଭାବ ବଢ଼ିଚାଲିଛି । ଏହି ମଧ୍ୟରେ ଲକ୍ ଡାଉନ୍ ୪.୦ ଶେଷ ହେବା ପରେ ଦେଶରେ ଡିସେମ୍ବର ସୁଦ୍ଧା ୫୦ % ଲୋକଙ୍କୁ କରୋନା ସଂକ୍ରମଣ ହେବା ଆଶଙ୍କା କରାଯାଉଛି ।

National institute of mental health and neuro sciences ର ଜଣେ ଡାକ୍ତର ଓ health task force ର ଜଣେ ନୋଡାଲ ଅଫିସର ଙ୍କ କହିବା ମୁତାବକ , ଏବେ ଯାଏଁ ଭାରତ କରୋନା ଭାଇରସ ର ଭୟଙ୍କର ରୂପ ଦେଖିନାହିଁ । ଲକ୍ ଡାଉନ୍ ୪.୦ ଶେଷ ହେବା ପରେ ଅର୍ଥାତ୍ ଜୁନ୍ ମାସରୁ ଭାରତରେ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା କରାଯାଉଛି । ଯାହା ପ୍ରଭାବରେ ଡିସେମ୍ବର ଆଡ଼କୁ ଦେଶରେ ୫୦ ପ୍ରତିଶତ ଲୋକ କରୋନା ସଂକ୍ରମଣ ର ଶିକାର ହେବେ। ସେଥିରୁ ୯୦ ପ୍ରତିଶତ ଅଧିକ ସଂକ୍ରମିତ ଥିବା ଜଣାପଡିବ ନାହିଁ । କେବଳ ୫ ରୁ ୧୦ ପ୍ରତିଶତ ଲୋକଙ୍କୁ ଚିକିତ୍ସା ଓ ଭେଣ୍ଟିଲେଟର ର ଆବଶ୍ୟକ ପଡିବ ।

ତେଣୁ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ନେଇ ପ୍ରତି ଜିଲ୍ଲାରେ ୨ଟି ଲେଖାଏଁ କରୋନା ଟେଷ୍ଟ ଲାବୋରଟାରୀ ରହିବା ଆବଶ୍ୟକ । ୬୦ ଟି ଲାବୋରଟାରୀ ଥିବା ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ସ୍ଥାନ ପାଇଛି। ଆମକୁ କରୋନା ଭ୍ୟାକ୍ସିନ ବାହାରିବ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ।

  • Tags:

Subscribe

National International State Sports Entertainment