ନୂଆଦିଲ୍ଲୀ: ପ୍ରତିବନ୍ଧିତ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)ର ଟାର୍ଗେଟରେ ଥିଲେ ପ୍ରାୟ ୯୭୨ ଲୋକ । ଏହାର ଏକ ତାଲିକା ପ୍ରସ୍ତୁତ କରିଥିଲା ପିଏଫଆଇ । ଏଥିରେ ଜଣେ ପୂର୍ବତନ ବିଚାରପତିଙ୍କ ନାଁ ମଧ୍ୟ ସାମିଲ । ଏହି ଖୁଲାସା ଅଦାଲତରେ ଏନଆଇଏ ଜମା କରିଥିବା ଦସ୍ତାବିଜରୁ ହୋଇଛି ।
ଏନଆଇଏର ଏହି ଦସ୍ତାବିଜ ଅନୁସାରେ ପିଏଫଆଇ ନିଜର ଗୁପ୍ତ ରିପୋର୍ଟର୍ସ ୱିଙ୍ଗ ମାଧ୍ୟମରେ ଅନ୍ୟ ସମୁଦାୟର ଲୋକଙ୍କ ପଦ, ନାମ, ବୟସ, ଫଟୋ ସମେତ ବ୍ୟକ୍ତିଗତ ତଥ୍ୟ ଜମା କରିଥିଲା । ଏହା ସହିତ ପିଏଫଆଇର ଅର୍ଦ୍ଧ ଗୁଇନ୍ଦା ବିଭାଗ ପରି କାମ କରୁଥିବା ରିପୋର୍ଟର୍ସ ୱିଙ୍ଗ ସମାଜର ପ୍ରମୁଖ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ସମୁଦାୟ ବିଶେଷ କରି ହିନ୍ଦୁ ସମୁଦାରୟର ନେତାଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ କରିଥିଲା । ଏଥିରେ ନେତାଙ୍କର ଦୈନନ୍ଦୀନ ଗତିବିଧି ମଧ୍ୟ ସାମିଲ ଥିଲା ।
ଏନଆଇଏ କୋର୍ଟରେ କହିଛି ଯେ, ଡାଟାକୁ ପିଏଫଆଇର ଜିଲ୍ଲାସ୍ତରରେ ସଙ୍କଳିତ କରାଯାଉଥିଲା ଏବଂ ରାଜ୍ୟ ପଦାଧିକାରୀଙ୍କୁ ସୂଚିତ କରାଯାଉଥିଲା । ବିବରଣକୁ ନିୟମିତ ସମୀକ୍ଷା କରାଯାଉଥିଲା ଏବଂ ଆତଙ୍କବାଦୀ ସଂଗଠନ ଦ୍ୱାରା ଆବଶ୍ୟକ ଅନୁସାରେ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିବା ପାଇଁ ଡାଟାର ଉପଯୋଗ କରାଯାଉଥିଲା ।
ବିଶେଷ କରି ଏନଆଇଏ ଅଦାଲତ ଏହି ତଥ୍ୟ ଆଧାରରେ ୨୦୨୨ର ଏସ କେ ଶ୍ରୀନିବାସନ ହତ୍ୟା ମାମଲାରେ କିିଛି ଅଭିଯୁକ୍ତୂଙ୍କ ଜାମିନ ଖାରଜ କରିଥିଲା । ଆରଏସଏସର ବରିଷ୍ଠ ପଦାଧିକାରୀ ଶ୍ରୀନିବାସନଙ୍କୁ ୨୦୨୨ ଏପ୍ରିଲ ୧୬ରେ ପିଏଫଆଇର କାର୍ଯ୍ୟକର୍ତ୍ତା ତାଙ୍କ ଦୋକାନରେ ହତ୍ୟା କରିଥିଲେ । ତଦନ୍ତ ସମୟରେ ଏନଆଇଏକୁ ଅଭିଯୁକ୍ତଙ୍କ ଦସ୍ତାବିଜରୁ ୯୭୨ ଜଣ ପିଏଫଆଇର ଟାର୍ଗେଟରେ ଥିବା ତାଲିକା ମିଳିଥିଲା ।