ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘ (BPMS), ଯିଏ କି ନ୍ୟାସନାଲ କାଉନସିଲ ଜଏଣ୍ଟ କନସଲଟେଟିଭ ମେକାନିଜମ (NC-JCM) ର ଷ୍ଟାଫ ସାଇଡ୍ର ସଦସ୍ୟ, ସେ ବୁଧବାର ଦିନ ୮ମ ବେତନ କମିଶନଙ୍କୁ ଦେଇଥିବା ସ୍ମାରକପତ୍ରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ମୂଳ ଦରମା ୭୨,୦୦୦ ଟଙ୍କା, ସର୍ବାଧିକ ୧୦ ଲକ୍ଷ ଟଙ୍କା ଏବଂ ଫିଟମେଣ୍ଟ ଫ୍ୟାକ୍ଟର ୪.୦ କରିବାକୁ ଦାବି କରିଛି।
BPMS, ଯିଏ କି ପ୍ରତିରକ୍ଷା ସେବାର ବେସାମରିକ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରେ, ସେ ବାର୍ଷିକ ଦରମା ବୃଦ୍ଧି କୁ ୩% ରୁ ବଢ଼ାଇ ୬% କରିବାକୁ ମଧ୍ୟ ଦାବି କରିଛି। ଏହାଛଡ଼ା, ଦରମା ସ୍ଥିର କରିବାରେ ବ୍ୟବହୃତ ହେଉଥିବା ‘ଫ୍ୟାମିଲି ୟୁନିଟ୍’ କୁ ୩ ରୁ ବଢ଼ାଇ ୫ କରିବାକୁ କହିଛି। BPMS ର କାର୍ଯ୍ୟକାରୀ ଅଧ୍ୟକ୍ଷ ମୁକେଶ ସିଂହ ଜଣାଇଛନ୍ତି ଯେ ସଂଗଠନ ନିଜ ଦାବିର ସ୍ମାରକପତ୍ର ୮ମ ବେତନ କମିଶନଙ୍କୁ ହସ୍ତାନ୍ତର କରିଦେଇଛି ଏବଂ ଆଶା ଅଛି ଯେ କମିଶନ ନିଜ ସୁପାରିଶ ପ୍ରସ୍ତୁତ କରିବା ସମୟରେ ଏହି ଦାବିଗୁଡ଼ିକ ଉପରେ ବିଚାର କରିବେ।
୭ମ ବେତନ କମିଶନରେ ପ୍ରବେଶ ସ୍ତର (ଲେଭଲ-୧) କର୍ମଚାରୀଙ୍କ ମୂଳ ଦରମା ୧୮,୦୦୦ ଟଙ୍କା ଅଟେ। ଏଭଳି ପରିସ୍ଥିତିରେ BPMS ର ୭୨,୦୦୦ ଟଙ୍କାର ଦାବି ଚାରିଗୁଣ ବୃଦ୍ଧି ସହିତ ସମାନ। ସେହିପରି, ସର୍ବାଧିକ ମୂଳ ଦରମା ୨,୫୦,୦୦୦ ଟଙ୍କାରୁ ବଢ଼ାଇ ୧୦ ଲକ୍ଷ ଟଙ୍କା ପ୍ରତି ମାସ କରିବାକୁ ମଧ୍ୟ ଦାବି କରାଯାଇଛି।
୭୨,୦୦ ଟଙ୍କା ସର୍ବନିମ୍ନ ଦରମାର ଗଣନା କିପରି ହେଲା?
BPMS ଏହି ବୃଦ୍ଧିର ଆଧାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (MoSPI) ର ମୁଣ୍ଡପିଛା ଆୟର ତଥ୍ୟକୁ ବନାଇଛି। ସଂଗଠନ ମୁତାବକ, ଭାରତରେ ମୁଣ୍ଡପିଛା ଆୟ ୨୦୧୬-୧୭ ରେ ୧,୦୩,୨୧୯ ଟଙ୍କାରୁ ବଢ଼ି ୨୦୨୪-୨୫ ରେ ୧,୯୨, ୭୭୪ ଟଙ୍କା ହୋଇଯାଇଛି, ଅର୍ଥାତ୍ ପ୍ରୟ ୮୬.୭୬% ର ବୃଦ୍ଧି।
ଏହି ଆଧାରରେ ଗଣନା କରାଗଲା:
• ସର୍ବନିମ୍ନ ଦରମା (୭ମ ବେତନ କମିଶନ): ୧୮,୦୦୦ ଟଙ୍କା
• ମହଙ୍ଗା ଭତ୍ତା (୫୮%): ୧୦,୪୪୦ ଟଙ୍କା
• ମୋଟ: ୨୮,୪୪୦ ଟଙ୍କା
• ୮୬. ୭୬% ବୃଦ୍ଧି: ୨୪,୬୭୪.୫୪ ଟଙ୍କା
• ନୂଆ ଦରମା: ୫୩,୧୧୪.୫୪ ଟଙ୍କା
ଯେହେତୁ ୭ମ ବେତନ କମିଶନରେ ୩ ଫ୍ୟାମିଲି ୟୁନିଟ୍ ଆଧାରରେ ଦରମା ସ୍ଥିର ହୁଏ, ତେବେ ପ୍ରତି ୟୁନିଟ୍ ଦରମା ୧୭,୭୦୪.୮୫ ଟଙ୍କା ହେଉଛି। ଯଦି ଏହାକୁ ୫ ୟୁନିଟ୍ ହିସାବରେ ଦେଖିବା, ତେବେ ଦରମା ପ୍ରାୟ ୮୮,୫୨୪ ଟଙ୍କା ହେଉଛି।
ପୁଣି ୭୨,୦୦୦ ଟଙ୍କା ହିଁ କାହିଁକି ମଗାଗଲା?
BPMS ର କହିବା କଥା ଯେ ଗଣନା ହିସାବରେ ଦରମା ୮୮, ୫୨୪ ଟଙ୍କା ହେଉଛି, କିନ୍ତୁ ସରକାରଙ୍କ ଖର୍ଚ୍ଚ ଏବଂ ବଜେଟ୍ ଉପରେ ପ୍ରଭାବକୁ ଦେଖି ଏକ ସନ୍ତୁଳିତ ଏବଂ ବ୍ୟାବହାରିକ ସଂଖ୍ୟା ଜରୁରୀ। ସଂଗଠନ ମୁତାବକ, ଦରମା ବଢ଼ିବା ଦ୍ୱାରା ପେନସନ, ଭତ୍ତା ଏବଂ ରାଜ୍ୟ ସରକାରଗୁଡ଼ିକର ଦରମାଗୁଡ଼ିକ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ସେଥିପାଇଁ ରାଜସ୍ୱ, ଆର୍ଥିକ ନିଅଣ୍ଟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ (ଯେପରିକି ଭିତ୍ତିଭୂମି, ସାମାଜିକ ଯୋଜନା ଏବଂ ପ୍ରତିରକ୍ଷା) କୁ ଧ୍ୟାନରେ ରଖି ୭୨,୦୦୦ ଟଙ୍କାର ପ୍ରସ୍ତାବ ରଖାଯାଇଛି।
ଫିଟମେଣ୍ଟ ଫ୍ୟାକ୍ଟର ୪.୦
BPMS ଫିଟମେଣ୍ଟ ଫ୍ୟାକ୍ଟର ୪.୦ ରଖିବାକୁ ଦାବି କରିଛି, ଯେଉଁଥିରେ ୧.୫୮ ଅଂଶ ମହଙ୍ଗା ଭତ୍ତାର ସମାୟୋଜନର ଅଟେ। ବାକି ଅଂଶ କର୍ମଚାରୀମାନଙ୍କୁ ଉନ୍ନତ ଜୀବନଧାରଣର ମାନ ଦେବା ପାଇଁ ଜରୁରୀ ପ୍ରକୃତ ବୃଦ୍ଧିକୁ ଦର୍ଶାଉଛି।
ପ୍ରସ୍ତାବିତ ନୂଆ ଦରମା ଗଠନ
BPMS ୮ମ ବେତନ କମିଶନ ପାଇଁ ନୂଆ ପେ-ଷ୍ଟ୍ରକ୍ଚର (ଦରମା ଗଠନ) ମଧ୍ୟ ପରାମର୍ଶ ଦେଇଛି, ଯେଉଁଥିରେ କିଛି ଲେଭଲ୍କୁ ମିଶ୍ରଣ କରିବାର ପ୍ରସ୍ତାବ ଅଛି। ଉଦାହରଣ ସ୍ୱରୂପ:
• ଲେଭଲ ୧: ୧୮,୦୦୦ ଟଙ୍କା → ୭୨, ୦୦୦ ଟଙ୍କା
• ଲେଭଲ ୨-୩: ୧୯,୯୦୦ ଟଙ୍କା/ ୨୧, ୭୦୦ ଟଙ୍କା → ୮୬,୮ ୦୦ ଟଙ୍କା
• ଲେଭଲ ୪-୫: ୨୫,୫୦ ୦ ଟଙ୍କା/ ୨୯,୨୦୦ ଟଙ୍କା → ୧,୧୬, ୮୦୦ ଟଙ୍କା
• ଲେଭଲ ୬: ୩୫,୪୦୦ ଟଙ୍କା → ୧,୪୧,୬ ୦୦ ଟଙ୍କା
• ଲେଭଲ ୭: ୪୪,୯୦୦ ଟଙ୍କା → ୧, ୭୯,୬୦୦ ଟଙ୍କା
• ଲେଭଲ ୮: ୪୭,୬୦୦ ଟଙ୍କା → ୧,୯୦, ୪୦୦ ଟଙ୍କା
• ଲେଭଲ ୯-୧୦: ୫୩,୧୦୦ ଟଙ୍କା/ ୫୬,୧୦୦ ଟଙ୍କା → ୨,୨୪,୪୦୦ ଟଙ୍କା
• ଲେଭଲ ୧୧: ୬୭,୭୦୦ ଟଙ୍କା → ୨, ୭୦,୮୦୦ ଟଙ୍କା
• ଲେଭଲ ୧୨: ୭୮,୮୦ ୦ ଟଙ୍କା → ୩,୧୫,୨୦୦ ଟଙ୍କା
• ଲେଭଲ ୧୩: ୧,୧୮, ୫୦ ୦ ଟଙ୍କା → ୪,୭୪,୦୦୦ ଟଙ୍କା
• ଲେଭଲ ୧୩A: ୧,୩୧,୧୦୦ ଟଙ୍କା → ୫,୨୪,୪୦୦ ଟଙ୍କା
• ଲେଭଲ ୧୪: ୧,୪୪,୨୦୦ ଟଙ୍କା → ୫, ୭୬,୮୦୦ ଟଙ୍କା
• ଲେଭଲ ୧୫: ୧,୮୨,୨୦୦ ଟଙ୍କା → ୭,୨୮, ୮୦୦ ଟଙ୍କା
• ଲେଭଲ ୧ ୬: ୨,୦୫,୪୦୦ ଟଙ୍କା → ୮,୨୧,୬ ୦୦ ଟଙ୍କା
• ଲେଭଲ ୧ ୭: ୨,୨୫,୦୦୦ ଟଙ୍କା → ୯,୦୦,୦୦୦ ଟଙ୍କା
• ଲେଭଲ ୧୮: ୨,୫୦,୦୦ ୦ ଟଙ୍କା → ୧୦,୦୦,୦୦୦ ଟଙ୍କା
ମୋଟାମୋଟି ଭାବେ, BPMS ର କହିବା କଥା ଯେ ଏହି ପ୍ରସ୍ତାବ କର୍ମଚାରୀମାନଙ୍କ ଜୀବନଧାରଣର ମାନକୁ ଉନ୍ନତ କରିବା ସହିତ ସରକାରଙ୍କ ଆର୍ଥିକ ସ୍ଥିତିର ମଧ୍ୟ ଧ୍ୟାନ ରଖୁଛି।