ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଜୁନରେ ସାକ୍ଷାତ ହୋଇପାରେ । ଜି୭ରେ ଯୋଗ ଦେବା ପାଇଁ ପିଏମ ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପ ଫ୍ରାନ୍ସ ଗସ୍ତ କରିବେ । ସମସ୍ତ ପକ୍ଷ ଏହି ବୈଠକ ପାଇଁ ପ୍ରସ୍ତୁତି କରି ସାରିଛନ୍ତି । ପିଏମ ମୋଦୀ ଓ ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ ମେ ମାସରେ ଭାରତ ଗସ୍ତ କରିବେ ।
ରୁବିଓଙ୍କ ଗସ୍ତରେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ବୈଠକକୁ ଚୂଡାନ୍ତ ରୂପ ଦିଆଯିବ । ଶେଷ ଥର ଦୁଇ ନେତା ୨୦୨୫ ଫେବୃଆରୀରେ ପରସ୍ପରକୁ ସାକ୍ଷାତ କରିଥିଲେ । କିନ୍ତୁ ଟେଲିଫୋନରେ ଦୁଇ ନେତାଙ୍କ ମଧ୍ୟରେ ନିୟମିତ କଥାବାର୍ତ୍ତା ଚାଲିଥାଏ । ଜି-୭ ସମ୍ମିଳନୀ ଫ୍ରାନ୍ସର ଇଭିଆନରେ ଅନୁଷ୍ଠିତ ହେବ । ଏହି ବୈଠକ ଜୁନ ୧୫ରୁ ୧୭ ତାରିଖ ତିନି ଦିନ ଧରି ଚାଲିବ ।
ପୁଣି ଥରେ ନିକଟତର ହେବେ ଭାରତ-ଆମେରିକା
ଫ୍ରାନ୍ସର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜି-୭ରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିଛନ୍ତି । ତେବେ ଟ୍ରମ୍ପ ଜି-୭ରେ ସାମିଲ୍ ହେବେ କି ନାହିଁ ଆନୁଷ୍ଠାନିକ ଘୋଷଣା ବାକି ରହିଛି । ମାତ୍ର ଏହାକୁ ନେଇ ପ୍ରସ୍ତୁତି ଚାଲିଛି । ଭାରତକୁ ନେଇ ଟ୍ରମ୍ପଙ୍କ ନକରାତ୍ମକ ଟିପ୍ପଣୀ କାରଣରୁ ସମ୍ବନ୍ଧରେ ତିକ୍ତତା ଆସିଛି । ଏମିତିରେ ଆମେରିକା ଅନେକ ପ୍ରକାରର ଯୋଗାଯୋଗରେ ଥିବା ବ୍ୟବଧାନକୁ କମ କରିବାକୁ ଚାହୁଁଛି ।
ଭାରତ ସହିତ ସଂପର୍କ ସୁଧାରିବା ପାଇଁ ଟ୍ରମ୍ପଙ୍କ ଉପରେ ବହୁତ ଚାପ ରହିଛି । ଟ୍ରମ୍ପଙ୍କ ପାକିସ୍ତାନ ପ୍ରେମ କାରଣରୁ ସ୍ଥିତି ବିଗିଡିବାରେ ଲାଗିଛି । ତେବେ ଆଗାମୀ ଦୁଇ ନେତାଙ୍କ ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଚାଲିଛି । କିନ୍ତୁ ଏଥିରେ ବାଣିଜ୍ୟିକ ଚୁକ୍ତିନାମାକୁ ନେଇ ଆଲୋଚନା ହେବାର ସମ୍ଭାବନା ଅଧିକ ରହିଛି ।
Also Read: ଚୀନ୍ ରିଫାଇନାରୀ ଉପରେ କଟକଣା, କାହିଁକି ଏହି ନିଷ୍ପତ୍ତି ନେଲେ ଡୋନାଲ୍ଡ ଟ୍ରମ୍ପ୍ ?