କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଜିଲେ ଆଉ୨ ଚିତା ଛୁଆ
Khabar Odisha:2-more-cheetah-cubs-have-died-in-Kuno-National-Park
Khabar Odisha:25/5/2023

ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରୁ ପୁଣି ଆସିଛି ଦୁଃଖଦ ଖବର । ନାମିବିଆରୁ ଭାରତ ଆସିଥିବା ଚିତାଙ୍କର ଆଉ ଦୁଇଟି ଛୁଆ ଆଜି ଆଖି ବୁୁଜିଛନ୍ତି । ଗତ ମେ ୨୩ ତାରିଖରେ ଗୋଟିଏ ଶାବକ ଆଖି ବୁଜିବା ପରେ ଆଜି ଆଉ ଦୁଇଟି ଛୁଆ ମୃତ୍ୟୁବରଣ କରିଛନ୍ତି ।

ସୂଚନା ମୁତାବକ ଜ୍ୱାଲା ନାମକ ଚିତା ୪ଟି ଶାବକ ଜନ୍ମ ଦେଇଥିଲା । ହେଲେ ଏହା ପରେ ଗୋଟିଏ ଶାବକ ଆଖି ବୁଜିଦେଇଥିଲା । ଏପରି ସ୍ଥିତିକୁ ଦେଖି ସେତେବେଳେ ଅନ୍ୟ ୩ଟି ଛୁଆର ଦେଖାରଖା ଆରମ୍ଭ କରିଦେଇଥିଲେ ବନ କର୍ମଚାରୀ । ହେଲେ ସେହି ୩ ଶାବକଙ୍କ ଭିତରୁ ଆଜି ଆଉ ୨ଟି ଛୁଆଙ୍କର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶ ମୁଖ୍ୟ ବନ ସଂରକ୍ଷକଙ୍କ କହିବା ମୁତାବକ, ମେ ୨୩ ତାରିଖରୁ ଭୀଷଣ ଗରମ କାରଣ ହେତୁ ଛୁଆ ଗୁଡିକୁ ଉଦ୍ଧାର କରି ଆବଶ୍ୟକ ମୁତାବକ ଉପଚାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏହାରି ଭିତରେ ଦୁଇଟି ଶାବକଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଯାଇଥିଲା । ଆଉ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ବନ ସଂରକ୍ଷକଙ୍କ କହିବା ଅନୁଯାୟୀ, ଏବେ ବି ଆଉ ଗୋଟିଏ ଶାବକର ସ୍ଥିତି ଗମ୍ଭୀର ରହିଛି । ଏହାର ଚିକିତ୍ସା ପାଲପୁର ସ୍ଥିତ ଚିକିତ୍ସାଳୟରେ ଜାରି ରହିଛି । ଚିକିତ୍ସା ପାଇଁ ନାମିବିଆ ଏବଂ ଦକ୍ଷିଣ ଆଫ୍ରିକାରୁ ସହଯୋଗୀ ଚିତା ବିଶେଷଜ୍ଞ ଏବଂ ଡାକ୍ତରଙ୍କର ଗୋଟିଏ ଟିମର ପରାମର୍ଶ ନିଆଯାଉଛି ।

Subscribe

National International State Sports Entertainment