ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସ ରାଜପଥରେ ନଦୀଆଦ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରାଜପଥରେ ଟ୍ରଲରକୁ ଏକ କାର ପଛପଟୁ ଧକ୍କା ଦେବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କାର ଟି ଭଦୋଦରାରୁ ଅହମ୍ମଦାବାଦ ଯାଉଥିବାବେଳେ ଏକ୍ସପ୍ରେସ ରାଜପଥରେ ନଦୀଆଦରେ ଏକ ଟ୍ରଲରକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାର ଟି ଓଲଟି ପଡିଥିଲା । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜରୁରୀକାଳୀନ ସେବା ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସ ରାଜପଥରେ ଟ୍ରାଫିକ ଜାମ୍ ହୋଇଛି। ଦୁର୍ଘଟଣା ପରେ କାରରୁ ମୃତଦେହକୁ ବାହାରି କରିବା ପାଇଁ ପୋଲିସକୁ ସ୍ଥାନୀୟ ଲୋକେ ସାହାଯ୍ୟ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ଏବଂ ଟ୍ରାଫିକକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲେ ।
ଅଧିକ ପଢନ୍ତୁ : ବାଣ କାରଖାନାରେ ବିସ୍ପୋରଣ : ୫ ଶ୍ରମିକ ଆହତ