ପୁଣି ଘଟିଲା ସଡ଼କ ଦୁର୍ଘଟଣା । ଚାଲିଗଲା ୧୦ ନିରୀହ ଜୀବନ । ହସଖୁସିରେ କରୁଥିବା ଯାତ୍ରା ଜୀବନର ଶେଷ ଯାତ୍ରା ହେବ ବୋଲି କିଏ ବା ଜାଣିଥିଲା । ଏପରି ଏକ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଘଟିଛି । ଏହି ଦୁର୍ଘଟଣାରେ ଭାରସ୍ୟାମ ହରାଇ ଘାଟିକୁ ଖସିଲା ଭ୍ୟାନ ଯାହାଫଳରେ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏ ଦୁର୍ଘଟଣା ସମ୍ପର୍କରେ ପୋଲିସ ଓ ଉଦ୍ଧାରକାରୀ ଟିମ ଖବର ପାଇସାରିବା ପରେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁସାରେ, ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଭ୍ୟାନଟି ପ୍ରାୟ ୧୦ ଜଣ ଯାତ୍ରୀଙ୍କୁ ନେଇ ଶ୍ରୀନଗରରୁ ଜାମ୍ମୁ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲା । ଦୁର୍ଘଟଣାରେ ଭ୍ୟାନଟି ଭାରସ୍ୟାମ ହରାଇ ଘାଟିକୁ ଖସିପଡିଥିଲା । ଭ୍ୟାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।
ଖବର ପାଇ, ପୋଲିସ ଓ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । କେଉଁ କାରଣରୁ ଏତେ ବଡ଼ ଦୁର୍ଘଟଣା ଘଟିଲା ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ ଏହି ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରୁଛି ।
ଆଗକୁ ପଢ଼ନ୍ତୁ : ଦୁଇ ଟ୍ରକ ମଧ୍ୟରେ ଧକ୍କା ଯୋଗୁଁ ଅଗ୍ନିକାଣ୍ଡ