ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଆମ୍ବ ରାବିଡ଼ି ଏବଂ ଏହାର ମଜା ନିଅନ୍ତୁ
Khabar Odisha:lifestyle-Odisha-simple-and-delicious-recipe-of-mango-rabdi
ଭୁବନେଶ୍ୱର, ଜୁଲାଇ ୧୯(ଖବର ଓଡ଼ିଶା):

ଏବେ ଆମ୍ବ ସିଜନ ସରିବା ଉପରେ । ତେଣୁ ଆମ୍ବ ବ୍ୟବହାର କରି ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତୁ । ଛୁଆଙ୍କୁ ମିଠା ଖାଇବାକୁ ବହୁତ ପସନ୍ଦ ଥାଏ  ତେଣୁ ଘରେ ପ୍ରସ୍ତୁତ କରନ୍ତୁ ଆମ୍ବ ରାବିଡ଼ି ।

ସାମଗ୍ରୀ : 

କ୍ଷୀର :୧ଲିଟର 

ଆମ୍ବ :୨ଟି 

ଚିନି: ୧୦୦ଗ୍ରାମ

କେସର : ଅଳ୍ପ

ପିସ୍ତା ବାଦାମ :୫୦ଗ୍ରାମ

କାଜୁ : ୫୦ଗ୍ରାମ

ପ୍ରସ୍ତୁତ ପ୍ରଣାଳୀ: ଆମ୍ବ ରାବିଡ଼ି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପାଚି ଥିବା ଆମ୍ବ ରସ ବାହାର କରି ଏକ ପାତ୍ରରେ ରଖନ୍ତୁ । କାଜୁ ଓ ପିସ୍ତାକୁ ଛୋଟ ଛୋଟ କାଟି ଦିଅନ୍ତୁ । ସେଥିରୁ ଅଧା କାଜୁ ଓ ପିସ୍ତାକୁ ପେଷ୍ଟ କରି ନିଅନ୍ତୁ ।  ଏହା ପରେ ଗ୍ୟାସ ଅନ କରି ଏକ ପାତ୍ରରେ କ୍ଷୀର ଗରମ କରନ୍ତୁ । ସେଥିରେ ଚିନି ପକାଇ ବହଳ ହେବା ଯାଏଁ ସିଝାନ୍ତୁ । ପରେ ସେଥିରେ କେସର ପକାଇ ଫୁଟାନ୍ତୁ । କ୍ଷୀର ବହଳିଆ ହେବା ପରେ ଗ୍ୟାସ ବନ୍ଦ କରି ପାତ୍ରକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ସେଥିରେ ଆମ୍ବ ରସ.କାଜୁ ଓ ପିସ୍ତା ମିଶ୍ରଶ ୨ଚାମଚ ମିଶାଇ ଗୋଳାଇ ଦିଅନ୍ତୁ । ଏହାପରେ  ଥଣ୍ଡା ହେବାକୁ ଫ୍ରିଜରେ ରଖିଦିଅନ୍ତୁ । ସମ୍ପୂର୍ଣ୍ଣ ଭାବେ ରାବିଡ଼ି ଥଣ୍ଡା ହେବା ପରେ ଏହାକୁ ଏକ ପାତ୍ରକୁ ବାହାର କରି ଛୋଟ କଟା ପିସ୍ତାବାଦାମ ଓ କାଜୁ ପକାଇ ପରିବାର ତଥା ଅତିଥିଙ୍କୁ ପରଷନ୍ତୁ । 

  • Tags:

Subscribe

National International State Sports Entertainment