ଭୁବନେଶ୍ୱର, ଅକ୍ଟୋବର ୦୭(ଖବର ଓଡ଼ିଶା):
ଓଡ଼ିଶାରେ ୧୨ ମାସରେ ୧୩ଟି ପର୍ବ । ପ୍ରତ୍ୟକ ଘରେ ପୂଜାପର୍ବାଣୀରେ ଖିରୀ ପ୍ରସ୍ତୁତ କରାଯାଏ । ଆସନ୍ତୁ ଜାଣିବା ସହଜରେ ଘରେ କିପରି ଭାବେ କେଶର ଚାଉଳ ଖିରୀ ପ୍ରସ୍ତୁତ କରିବେ ।
ସାମଗ୍ରୀ :
ବାସୁମତି ଖିରୀ ଚାଉଳ : ଗୋଟିଏ କପ
ଚିନି : ଗୋଟିଏ କପ
ଘିଅ :୨ଚାମଚ
କିସମିସ : ୧୦ଟି
ପିସ୍ତାବାଦାମ : ୧୦ଟି
କାଜୁ: ୫୦ ଗ୍ରାମ
ଗୁଜୁରାତି : ୫,୬ଟା
କ୍ଷୀର: ଗୋଟିଏ ଲିଟର
କେଶର: ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ବାସୁମତି ଚାଉଳକୁ ପାଣିରେ ବତୁରାଇ ୩ଘଣ୍ଟା ରଖନ୍ତୁ । ଏହାପରେ ଗ୍ୟାସ ଅନ କରନ୍ତୁ । ସେଥିରେ ଗୋଟିଏ ପାତ୍ରରେ ଅଳ୍ପ ଜାଳରେ କ୍ଷୀରକୁ ସିଝେଇବା ପାଇଁ ବସାଇଦିଅନ୍ତୁ । ଅନ୍ୟ ପାଖରେ ଗୋଟିଏ ପ୍ରେସର କୁକର ଗରମ କରି ସେଥିରେ ଅଳ୍ପ ଘିଅ ପକାଇବେ । ଘିଅ ଗରମ ହେବା ପରେ ସେଥିରେ ବତୁରା ହୋଇଥିବା ଚାଉଳ ପକାଇ ଭାଜି ଦିଅନ୍ତୁ । ସେଥିରେ ଗୋଟିଏ ଗ୍ଲାସ ପାଣି ପକାଇବେ । ପ୍ରେସର କୁକର ବନ୍ଦ କରି ମଧ୍ୟମ ଜାଳରେ ଗୋଟିଏ ହ୍ୱିସିଲ ହେବା ଯାଏଁ ରଖିବେ । ଗୋଟିଏ ହ୍ୱିସିଲ ହେବା ପରେ ଗ୍ୟାସ ଜାଳ କମାଇ ପୁଣି ସାତଟି ହ୍ୱିସିଲ ଆସିବା ଯାଏଁ ତାକୁ ଛାଡ଼ିଦେବେ । ପ୍ରେସର କୁକରରୁ ଗ୍ୟାସ ବାହାରି ଯିବା ପରେ ବାହାର କରି ତାକୁ ଅଳ୍ପ ଚିକ୍କଣ ହେବା ପରି ସିଝାଇବାକୁ ପଡ଼ିବ । ଏହା ପରେ ଅଳ୍ପ ଜାଳରେ ସିଝୁଥିବା କ୍ଷୀରରେ ସେହି ସିଝା ଚାଉଳକୁ ପକାଇବେ । ଭଲ ଭାବେ ଗୋଳାଉଥିବା ଆବଶ୍ୟକ । ତାକୁ ଗ୍ୟାସରେ କିଛି ସମୟ ବସାନ୍ତୁ । ଅନ୍ୟ ପାତ୍ରରେ କିଛି ଘିଅ ପକାଇ କାଜୁ ,କିସମିସକୁ ଭାଜି ନିଅନ୍ତୁ । କ୍ଷୀରରେ ସେହି ସିଝା ଚାଉଳକୁ ପକାଇ ଯେଉଁ ସିଝୁଥିବା ପାତ୍ରରେ କାଜୁ , କିସମିସ , ଗୁଜୁରାତି ଗୁଣ୍ଡ ପକାନ୍ତୁ । ଏଥିରେ ଚିନି ମଧ୍ୟ ପକାଇ ଗୋଳେଇଦିଅନ୍ତୁ । ଏହାପରେ ସେଥିରେ କେଶର ପକାଇ ସିଝାନ୍ତୁ । ଗ୍ୟାସ ବନ୍ଦ କରି ଅଳ୍ପ ଥଣ୍ଡା ହେବା ପରେ ପ୍ଲେଟକୁ ବାହାର କରି କାଜୁ କିସମିସରେ ସଜାଇଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ କେଶର ଚାଉଳ ଖିରୀ ।