ଚିକ୍କଣ ତ୍ଵଚା ଏବଂ ଘନ କେଶ ପାଇଁ ଲାଭଦାୟକ କର୍ପୁର ତେଲ
Khabar Odisha:life-style-odisha-beauty-secrets-of-camphor-oil
ଭୁବନେଶ୍ଵର, ସେପ୍ଟେମ୍ବର ୨୧ (ଖବର ଓଡିଶା) :

  ଘରେ ପୂଜା ପର୍ବରେ ପ୍ରାୟତଃ କର୍ପୁର ତେଲ ବ୍ୟବହାର କରାଯାଏ। ଏହି ତେଲରେ ଆଣ୍ଟି-ବ୍ୟାକ୍ଟେରିୟାଲ ଗୁଣ ରହିଥାଏ। ଏହି କାରଣରୁ କର୍ପୁର ତେଲକୁ ସୁନ୍ଦରତା ସମସ୍ୟା ସହ ଜଡିତ ସମସ୍ୟା ସମାଧାନ ପାଇଁ ବ୍ୟବହାର କରାଯାଏ। ତେବେ ଜାଣନ୍ତୁ କର୍ପୁରର ଲାଭଦାୟକ ଗୁଣ ବିଷୟରେ-

ବ୍ରଣରୁ ମୁକ୍ତ କରେ 

ମୁହଁରୁ ବ୍ରଣ ଦୂର କରିବା ପାଇଁ କର୍ପୁର ତେଲ ବ୍ୟବହାର କରାଯାଏ। ଚେହେରାରେ ଥିବା କଳା ଦାଗ ଦୂର କରିବା ପାଇଁ ମଧ୍ୟ ଏହାକୁ ଲଗାଯାଏ।

ଗୋଇଠି ଫଟା ଦାଗରୁ ମୁକ୍ତି

ଏକ ପାତ୍ରରେ କିଛି ଗରମ ପାଣି ନିଅନ୍ତୁ। ଏଥିରେ ୭ରୁ ୮ବୁନ୍ଦା କର୍ପୁର ତେଲ ପକାନ୍ତୁ। ସେହି ପାଣିରେ ୧୦ରୁ ୧୫ ମିନିଟ୍ ଯାଏଁ ଗୋଡ ବୁଡାଇ ରଖନ୍ତୁ। ସପ୍ତାହରେ ଏଭଳି ୨ ଥର କରିବା ଦ୍ଵାରା ଆପଣଙ୍କ ଗୋଇଠିରେ ଥିବା ଫଟା ଦାଗ ଦୂର ହୋଇଯିବ ଏବଂ ପାଦ ଚିକ୍କଣ ମଧ୍ୟ ରହିବ। 

କେଶ ଝଡିବା କମ୍ କରେ

କର୍ପୁର ତେଲ କେଶରେ ଲଗାଇବା ଦ୍ଵାରା ଆପଣଙ୍କର କେଶ ବଢେ, ଗହଳ ହୁଏ ଏବଂ ଝଡିବା କମ୍ କରେ। ତେଣୁ ୭ରୁ ୮ ବୁନ୍ଦା କର୍ପୁର ତେଲକୁ କିଛି ଦହି ସହ ମିଶାଇ ଲଗାନ୍ତୁ। ଦେଖିବେ ଅଳ୍ପ କିଛି ଦିନ ମଧ୍ୟରେ ଆପଣଙ୍କର କେଶ କଳା, ଘନ ଓ ଲମ୍ବା ହେବ। 

ଘରେ କର୍ପୁର ତେଲ ତିଆରି କରିବାର ଉପାୟ

କର୍ପୁର ତେଲ ବଜାରରେ ମିଳେ। କିନ୍ତୁ ଆପଣ ଯଦି ଏହାକୁ ଘରେ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ଖୁବ୍ ସହଜରେ ପ୍ରସ୍ତୁତ କରି ପାରିବେ। ନଡିଆ ତେଲରେ କିଛି କର୍ପୁର ଟୁକୁଡା ପକାନ୍ତୁ। ଏହାକୁ ପବନ ପ୍ରବେଶ ନକରୁଥିବା ବୋତଲରେ ରଖି ଦିଅନ୍ତୁ। କର୍ପୁର ଭଲ ଭାବରେ ମିଶି ଯିବା ପରେ ଏହାକୁ ଆପଣ ବ୍ୟବହାର କରି ପାରିବେ।

Subscribe

National International State Sports Entertainment