ଧଳା କେଶକୁ କିପରି କରିବେ କଳା: ଜାଣନ୍ତୁ...
Khabar Odisha:know-how-to-care-white-hair
ଭୁବନେଶ୍ୱର, ଅଗଷ୍ଟ ୧୭ (ଖବର ଓଡ଼ିଶା):

ଆଜିକାଲିର ଜୀବନ ଯାପନରେ ଧଳା କେଶ ହେଉଛି ଏକ ବଡ ସମସ୍ୟା । ଧଳା କେଶକୁ କଳା କରିବା ପାଇଂ ବହୁତ ଉପାୟ ଅବଲମ୍ବନ କରିବା ସହ ବିଭିନ୍ନ ଟିପ୍ସ୍ ମଧ୍ୟ ଆପଣାଉଛନ୍ତି । ହେଲେ ସବୁ ଉପାୟ ସଫଳ ହେଉନାହିଁ । ମାତ୍ର ନଡିଆ ତେଲରେ କର୍ପୁର ମିଶାଇ ଲଗାଇଲେ ଧଳା କେଶ ସମସ୍ୟା ଦୂର ହୋଇଥାଏ । 

ପ୍ରଥମେ ୧୦୦ ମିଲି ନଡିଆ ତେଲରେ ନିଅନ୍ତୁ । ପରେ ଗୋଟିଏ ପ୍ୟାନ କିମ୍ବା କଢେଇରେ ନଡିଆ ତେଲକୁ ନେଇ ଗରମ କରନ୍ତୁ । ଏହି ଗରମ ହେଉଥିବା ନଡିଆ ତେଲରେ ଛୋଟ ଛୋଟ ଖଣ୍ଡ କରି କର୍ପୁରକୁ ପକେଇ ୧୫ରୁ ୨୦ ମିନିଟ ଯାଏଁ ଫୁଟାନ୍ତୁ । ଫୁଟିସାରିବା ପରେ ଥଣ୍ଡା କରି ଗୋଟିଏ ବୋତଲରେ ରଖନ୍ତୁ । ଏହାକୁ ପ୍ରତ୍ୟେକ ଦିନ କେଶରେ ମାଲିସ କରନ୍ତୁ । ଏପରି କିଛି ଦିନ କଲେ ଆପଣଙ୍କ ଧଳା କେଶ ଦୂର ହେବା ସହ ରୂପି ସମସ୍ୟାରୁ ମୁକ୍ତି ପାଇବେ ।

  • Tags:

Subscribe

National International State Sports Entertainment