ଆପଣଙ୍କ ଶରୀରର ଏହି ୬ଟି ସମସ୍ୟାର ରାମବାଣ କଞ୍ଚା ଅମୃତଭଣ୍ଡା
Khabar Odisha:health-odisha-raw-papaya-remarkable-health-benefits
ଭୁବନେଶ୍ୱର, ଜୁଲାଇ ୨୪ (ଖବର ଓଡିଶା) :

କଞ୍ଚା ଅମୃତଭଣ୍ଡା ଶରୀର ପାଇଁ ବେଶ୍ ଉପଯୋଗୀ । ଯେଉଁ ସମୟରେ କେହି ରୋଗରେ ପଡନ୍ତି ତେବେ ଡାକ୍ତର ତାଙ୍କୁ ଅମୃତଭଣ୍ଡା ଖାଇବାକୁ କୁହନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କଣ ଉପାଦେୟତା ହୋଇଥାଏ । ଏହାକୁ ଆପଣ ଚଟନି, ତରକାରୀ, ସାଲାଡ ଭାବରେ ଖାଇ ପାରିବେ । ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟର ବିଭିନ୍ନ ସମସ୍ୟାର ସମାଧାନ କରିଥାଏ । ଜାଣନ୍ତୁ...

୧-ଡାଇବେଟିସ୍ ପାଇଁ ଲାଭଦାୟକ-ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ । ରକ୍ତରେ ସୁଗାର ମାତ୍ରାକୁ ଏହା କମ୍ କରିଥାଏ ଏବଂ ଇନସୁଲିନ୍ ମାତ୍ରା ବୃଦ୍ଧି କରିଥାଏ । ତେଣୁ ଏହି ରୋଗରେ ପୀଡିତ ଥିବା ଲୋକମାନେ ନିଶ୍ଚୟ ନିଜ ଖାଦ୍ୟରେ ବ୍ୟବହାର କରନ୍ତୁ । 

୨-କ୍ୟାନସର ପ୍ରତିରୋଧୀ-କଞ୍ଚା ଅମୃତଭଣ୍ଡା କ୍ୟାନସରକୁ ପ୍ରତିରୋଧ କରିଥାଏ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ, ଫିଟୋନ୍ୟୁଟ୍ରାଣ୍ଟସ୍ ଏବଂ ଫ୍ଲେବୋନାୟଡସ୍ ଆମ ଶରୀରରେ କ୍ୟାନସର ହେବାକୁ ପ୍ରତିରୋଧ କରିଥାଏ । 

୩-ଓଜନ କମ୍ କରେ-ଏବେ ପ୍ରାୟ ସମସ୍ତେ ନିଜ ଓଜନ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାନ୍ତି । ତେବେ ଆପଣଙ୍କ ପାଇଁ ଏବେ ରାମବାଣ ଆସିଯାଇଛି । କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆପଣଙ୍କର ଓଜନ ହ୍ରାସ ହେବ । 

୪-ୟୁରିନ ଇନଫେକ୍ସନ- ପ୍ରାୟତଃ ମହିଳାଙ୍କର ୟୁରିନ ଇନଫେକ୍ସନ ହୋଇଥାଏ । ଆପଣ ଯଦି କଞ୍ଚା ଅମୃତଭଣ୍ଡା ନିୟମିତ ଭାବରେ ସେବନ କରିବେ ତେବେ ଏଥିରୁ ଆପଣଙ୍କୁ ସାହାଯ୍ୟ ମିଳିବ । ଏହା ଇନଫେକ୍ସନ ବଢାଉଥିବା ବ୍ୟାକ୍ଟେରିୟାମାନଙ୍କୁ ପ୍ରତିରୋଧ କରେ । 

୫-ଲିଭରକୁ ସୁସ୍ଥ ରଖେ-ଏହା ଆମ ଲିଭରକୁ ସୁସ୍ଥ ରଖେ । ଯଦି ଆପଣ କେବେ ଲିଭର ସମ୍ବନ୍ଧିତ କଷ୍ଟ ପାଉଛନ୍ତି ତେବେ ଡାଇଟରେ ଏହାକୁ ମିଶାନ୍ତୁ ଏବଂ ସୁସ୍ଥ ରୁହନ୍ତୁ । 

୬-ସ୍ତନ୍ୟପାନ ପାଇଁ ଲାଭଦାୟକ- ଯେଉଁ ମହିଳା ନିଜ ଶିଶୁକୁ ସ୍ତନ୍ୟପାନ କରାନ୍ତି ସେମାନଙ୍କୁ ପୋଷକର ଆବଶ୍ୟକ ପଡେ । ଏମିତିରେ ଆପଣ ଯଦି କଞ୍ଚା ଅମୃତଭଣ୍ଡା ସେବନ କରିବେ ତେବେ ଏହା ଶରୀରର ସମସ୍ତ ଏନଜାଇମ୍ କମିକୁ ପୂରଣ କରେ । 

Subscribe

National International State Sports Entertainment