ଭୁବନେଶ୍ୱର, ଅଗଷ୍ଟ ୨୨ (ଖବର ଓଡ଼ିଶା): କରୋନା କାଳରେ ସବୁକିଛି ଭର୍ଚୁଆଲ ମୋଡରେ ଚାଲିଥିବା ବେଳେ ବାହାଘରରୁ ନେଇ ପର୍ବ ପର୍ଯ୍ୟନ୍ତ ସବୁକିଛି ଏବେ ଅନଲାଇନ୍ରେ ପାଳନ ହେଉଛି ।
ଆଜି ରାକ୍ଷୀ ପୂର୍ଣ୍ଣିମା କରୋନା ପୂର୍ବ ସମୟରେ କେଉଁଠି ଭାଇ ପାଖକୁ ଭଉଣୀ ଆସୁଥିଲା ରାକ୍ଷୀ ବାନ୍ଧିବାକୁ ତ ଆଉ କେଉଁଠି ଗେହ୍ଲୀ ଭଉଣୀ ପାଖକୁ ଭାଇ ତାର ସବୁ କାମ ଦାମ ଛାଡି ଛୁଟି ଯାଉଥିଲା ।
ମାତ୍ର କରୋନା ପରେ ସବୁକିଛି ବଦଳି ଯାଇଛି । କରୋନା ଡରରେ ନା ଭାଇ ଯାଉଛି ଭଉଣୀ ପାଖକୁ ନା ଭଉଣୀ ଆସିଛି ଭାଇ ପାଖକୁ । ମାତ୍ର ରାକ୍ଷଈ ବନ୍ଧା ହୋଇଛି ଭାଇ ହାତରେ । ସେହି ଉତ୍ସାହର ସହ ପର୍ବ ବି ପାଳନ ହୋଇଛି ।
ସବୁ କିଛି ହୋଇଛି ମାତ୍ର ଅନଲାଇନ୍ ରେ ମାନେ ଭିଡିଓ କଲରେ । ଆଜି ଭିଡିଓ କଲରେ ଭଉଣୀ ଭାଇକୁ ରାକ୍ଷୀ ପୂର୍ଣ୍ଣିମାର ଅଭିନନ୍ଦନ ଜଣାଇଛି ଆଉ ଭାଇ ମଧ୍ୟ ଭଉଣୀ ପାଇଁ ଉପହାର କୋରିଅର କରିଛି ।
ପ୍ରାୟ ଅଧିକାଂଶ ଘରେ ଆଜି ଏମିତି ରୀତି ନୀତି ଦେଖିବାକୁ ମିଳିଛି । ଯେଉଁଠି ଭାଇ ଭଉଣୀ ଠାରୁ ଦୂରରେ ଅଛି ।
ତେବେ ପୂର୍ବରୁ ମଧ୍ୟ ରାକ୍ଷୀ କୋରିଅର ବଢିଥିଲା ଗତ କିଛି ବର୍ଷ ମଧ୍ୟରେ ମାତ୍ର କରୋନା ଏହାକୁ ଆହୁରି ବଢାଇ ଦେଇଛି ।