ଭୁବନେଶ୍ୱର, ଫେବୃଆରୀ ୭(ଖବର ଓଡ଼ିଶା): ଆଜିଠୁ ଆରମ୍ଭ ହେଲା ଭ୍ୟାଲେଣ୍ଟାଇନ୍ ୱିକ୍ । ଏହି ପ୍ରେମ ସପ୍ତାହର ପ୍ରଥମ ଦିନକୁ ‘ରୋଜ୍ ଡେ’ ଭାବରେ ପାଳନ କରାଯାଉଛି । କାହିଁକି ବା କରାଯିବନି ଏଇ ଗୋଟିଏ ଫୁଲରେ ହି ତ ମନର ସବୁ ଭାବନା ପ୍ରକାଶ ହୋଇଥାଏ ।
ଆଜି କାଲି ନୁହେଁ ପୁରାତନ କାଳରୁ ବି ପ୍ରେମରେ ଗୋଲାପର ସ୍ଥାନ କିଛି ଅଲଗା ରହିଆସିଛି । ଯାହାକୁ ନେଇ ଗୋଲାପ ଫୁଲକୁ ପ୍ରେମର ପ୍ରତିକ ଭାବରେ ବିବେଚନା କରାଯାଏ । ସେଥିପାଇଁ ତ ଆଜି ଗୋଲାପ ଫୁଲର ଭାଉ ସବୁଠୁ ଅଧିକ ।
ତେବେ ରୋଜ୍ ଡେ ଯେ କେବଳ ପ୍ରେମୀ ଯୁଗଳ ବା କପୁଲ ମାନଙ୍କ ପାଇଁ ତାହା ନୁହେଁ, ଆଜିର ଦିନଟି ସେ ସମସ୍ତଙ୍କ ପାଇଁ ଯେଉଁମାନଙ୍କୁ ଆମେ ଭଲପାଉ ଆଉ ଯେଉଁମାନଙ୍କ ଠାରୁ ଆମକୁ ଭଲ ପାଇବା ମିଳେ ।
ସେଥିପାଇଁ ଗୋଲାପ ଫୁଲ ଗୋଟିଏ ମାତ୍ର ତାର ଅନେକ ରଙ୍ଗ ରହିଛି ଯାହା ପ୍ରେମର ଭିନ୍ନ ଭିନ୍ନ ପରିଭାଷାକୁ ବୁଝାଇଥାଏ । ନାଲି ଗୋଲାପ ବା ରେଡ୍ ରୋଜ୍ ପ୍ରାୟ ସମସ୍ତଙ୍କ ପସନ୍ଦ ଏବଂ ରୋମାଣ୍ଟିକ୍ ଲଭ୍ ର ପ୍ରତୀକ ।
ସେହିଭଳି ୟେଲୋ ରୋଜ୍ ବା ହଳଦିଆ ଗୋଲାପ ବନ୍ଧୁର ପ୍ରତୀକ ଓ ଧଳା ଗୋଲାପ ଶାନ୍ତି ଓ ସ୍ନେହର ପ୍ରତୀକ ବୋଲି ବିବେଚନା କରାଯାଏ । ତେଣୁ ରୋଜ୍ ଡେ ସମସ୍ତଙ୍କ ପାଇଁ ସବୁ ବର୍ଗର ଲୋକ ଓ ସବୁ କ୍ଷେତ୍ରର ଲୋକ ଏହାକୁ ଅତି ଉତ୍ସାହର ସହିତ ପାଳନ କରିଆସୁଛନ୍ତି ।
